Odisha Link
Bridging the Missing Links in Odisha

ମୂର୍ତ୍ତି ଉଚ୍ଚତାରେ କଟକଣା ନାହିଁ: ହାଇକୋର୍ଟ

କଟକ: ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଆଜି ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ମୂର୍ତ୍ତି ଉଚ୍ଚତାରେ କୌଣସି କଟକଣା ରହିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। କଟକରେ ବଡ ମୂର୍ତ୍ତି ଥିବା ୯ଟି ଦୁର୍ଗା ମଣ୍ଡପଙ୍କୁ ମିଳିଛି ଅନୁମତି। ଆଜି ମୂର୍ତ୍ତି ଉଚ୍ଚତା ନେଇ କୋର୍ଟଙ୍କୁ ସବିଶେଷ ରିପୋର୍ଟ ଦାଖଲ କରିଛନ୍ତି ଆଡଭୋକେଟ୍ ଜେନେରାଲ୍। ଏଜିଙ୍କ ରିପୋର୍ଟଙ୍କୁ ଗ୍ରହଣ କରିଛନ୍ତି ହାଇକୋର୍ଟ।

ସୂଚନାଯୋଗ୍ୟ, କଟକ ଦୁର୍ଗାପୂଜା ମୂର୍ତ୍ତି ଉଚ୍ଚତାକୁ ନେଇ ପ୍ରଥମେ ବିବାଦ ଉଠିଥିଲା। ପରେ କୋର୍ଟର ହସ୍ତକ୍ଷେପ ପରେ ମୂର୍ତ୍ତିର ଉଚ୍ଚତାକୁ ୪ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ କୁହାଯାଇଥିଲା।କୋଭିଡ ଗାଇଡଲାଇନ୍ ମାନି ସବୁ ପୂଜା କମିଟି ପୂଜା କରିବେ। ଏଥିସହ ଭସାଣୀ କିଭଳି ହେବ, ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ପୁରୀର ଏକ ମଣ୍ଡପକୁ ମଧ୍ୟ ପୂଜା କରିବାକୁ ଅନୁମତି ଦିଆଯାଇଛି।

ରାଜ୍ୟ ସରକାରଙ୍କ ନୂଆ ଗାଇଡ ଲାଇନ ଆଧାରରେ ମୁର୍ତ୍ତି ଉଚ୍ଚତା ୪ ଫୁଟ ରଖିବା ଲାଗି ପୁଲିସ କମିଶନର ନିର୍ଦ୍ଦେଶ ଦେଇଥିଲ । ନଵନିର୍ମିତ ବଡ ମୁର୍ତ୍ତି ଗୁଡିକୁ ଭାଙ୍ଗିଦେବାଲାଗି ସମ୍ପୃକ୍ତ ପୁଜାକମିଟି ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ପୁଲିସ କମିଶନର। ଯାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ଦାଖଲ ହୋଇଥିଲା। ଆଜି ଏସଂକ୍ରାନ୍ତୀୟ ମାମଲାର ଚୁଡାନ୍ତ ଶୁଣାଣି କରିଛନ୍ତି ହାଇକୋର୍ଟ।

Comments are closed.