Odisha Link
Bridging the Missing Links in Odisha

ଓଲଟିଲା ଅଟୋ ୨ମୃତ, ୧୫ ଆହତ

ଉମରକୋଟ: ଉମରକୋଟ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଟୋ ଓଲଟି ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ରୁ ୪ ଜଣ ଶିଶୁ ଥିବା ଜଣାଯାଇଛି।

ଅଟୋର ସବୁ ଯାତ୍ରୀ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ଚନ୍ଦାହାଣ୍ଡି ଘାଟି ରାସ୍ତାରେ ଅଟୋଟି କୌଣସି କାରଣରୁ ଓଲଟି ପଡ଼ିଥିଲା। ସମସ୍ତଙ୍କ ଆହତଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

Comments are closed.