Odisha Link
Bridging the Missing Links in Odisha

ପୂଜା ସ୍ପେସିଆଲ ଟ୍ରେନ ଲାଇନଚ୍ୟୁତ

ପାଟନା: ଚଳିତ ବର୍ଷ ଦଶହରା ଅବସରରେ ଚାଲୁଥିବା ସ୍ୱତନ୍ତ୍ର ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ଗୋରଖପୁରରୁ କୋଲକାତା ଯାଉଥିବା ପୂଜା ସ୍ପେଶାଲ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି। ବିହାରର ସିଲାଉଟ ଏବଂ ସିହୋ ମଧ୍ୟରେ ଟ୍ରେନର ବଗି ଦୁଇଟି ଲାଇନଚ୍ୟୁତ ହୋଇଛି। ଏହି ଘଟଣାରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାପଡିଛି।

ପ୍ରକାଶ ଯେ, ପାର୍ବଣ ଋତୁର ଭିଡକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଅକ୍ଟୋବର ୨୦ରୁ ନଭେମ୍ବର ୩୦ ମଧ୍ୟରେ ୧୯୬ ଟି ଟ୍ରେନର ଘୋଷଣା କରାଯାଇଥିଲା।

Comments are closed.