Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ସରକାରୀ କାର୍ଯ୍ୟାଳୟ ସମେତ ଛଅଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଥିବାର ଖବର ମିଳିଛି।

ଏଥିମଧ୍ୟରେ ନୟାପଲ୍ଲୀରେ ଥିବା ଦୁଇମହଲା କୋଠା, ବାଲିଅନ୍ତାର କାଞ୍ଚିଲୋରେ ଥିବା ଏକ ଆପାର୍ଟମେଣ୍ଟର ପ୍ଲଟ୍ ନଂ-୫୧, ନହରକଣ୍ଟାରେ ଥିବା ଏକମହଲା ଘର, ତାଙ୍କର ସରକାରୀ କାର୍ଯ୍ୟାଳୟ, ଖୁରୁଣ୍ଟିରେ ଥିବା ସଂପର୍କୀୟଙ୍କ ଘର ଏବଂ ବ୍ରହ୍ମପୁର ଥାନା ଅନ୍ତର୍ଗତ ଅଯୋଧ୍ୟା ନଗରରେ ଥିବା ପୈତୃକ ଘର ଆଦି ରହିଛି।

ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ଉ କରାଯାଇଥିବା ଜଣାଯାଇଛି। ଏହି ଚଢ଼ଉ ସମୟରେ କେତେ ପରିମାଣର ସଂପତ୍ତି ଠାବ ହୋଇଛି, ତାହା ଏଯାବତ୍ ଜଣାପଡ଼ିନାହିଁ।

Comments are closed.