Odisha Link
Bridging the Missing Links in Odisha

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ

ସୁନ୍ଦରଗଡ଼: କେ.ବଲାଙ୍ଗ ଥାନା ରକ୍ସି ଅଞ୍ଚଳରେ ଆଜି ଦିନ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଗଣ୍ଡଗୋଳରେ ଉଭୟ ପକ୍ଷରୁ କିଛି ଲୋକ ଆହତ ହୋଇଥିବାର ସୂଚନା ଥିବା ବେଳେ ବହୁ ଗାଡି ଭଙ୍ଗା ରୁଜା ହୋଇଛି। ଏ ବାବଦରେ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।

ଆଜି କିଛି ଗୋଷ୍ଠୀ ଏକ ମିଟିଂ ରକ୍ସିରେ କରୁଥିବା ବେଳେ ସେଠରେ ଉପସ୍ଥିତ ଥିବା ସିଆଇଟିୟୁର ଶ୍ରମିକ ପହଞ୍ଚିବା ପରେ ଏହି ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ଏନେଇ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତ କିଛି ପେସାର ସମର୍ଥକ ମିଟିଂ କରି ଲୋକ ମନକୁ ବିଭ୍ରାନ୍ତ କରିଥିଲେ ପରେ କିଛି ଶ୍ରମିକ ପହଞ୍ଚି ପାଟିତୁଣ୍ଡ ହୋଇଛି। ପଥର ଭାଙ୍ଗିବା ଠିକ୍ ନୁହେଁ କିନ୍ତୁ ଏପରି ଲୋକମାନଙ୍କୁ ବିଭ୍ରାନ୍ତ କରିବା ଠିକ୍ ନୁହେଁ ବୋଲି କହିଥିଲେ।

Comments are closed.