Odisha Link
Bridging the Missing Links in Odisha

ନାହିଁ ନାହିଁରେ ବାଲେଶ୍ବର: ଅପରାଜିତା

ଭୁବନେଶ୍ବର: ବାଲେଶ୍ବରରେ ନିର୍ବାଚନ ପ୍ରଚାର ସହ ଅପରାଜିତା ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରେସମିଟ୍‌ ମଧ୍ୟ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ, ବାଲେଶ୍ବର ପାଇଁ ସରକାରଙ୍କର କୌଣସି ଭିଜନ ଡକ୍ୟୁମେଣ୍ଟ ନାହିଁ। ଗାନ୍ଧି ସ୍ମୃତି ଭବନ ପରିସରରେ ସାଢ଼େ ୭ କୋଟିର ୧୦ଟି ବସ୍‌ ଖତ ଖାଉଛି। ଲୋକଙ୍କ ସେବା ପାଇଁ ଆସିଥିବା ବସ୍‌ ଖତ ଖାଉଛି। ଏହାର ସରକାର ଜବାବ ଦିଅନ୍ତୁ। ଜିଲ୍ଲାରେ ଡାକ୍ତରଙ୍କ ମଂଜୁରୀପ୍ରାପ୍ତ ପଦବୀ ରହିଛି ୩୭୩।ମାତ୍ର ୧୮୩ ଅଛନ୍ତି। ବାଲେଶ୍ବରରେ ଡାକ୍ତର ନାହାନ୍ତି। ସିଡିଏମ୍ଓ ସରକାରଙ୍କୁ ଲେଖି ଜଣାଇଥିବା କହୁଛନ୍ତି। ବାଲେଶ୍ବର ପ୍ରତି ରାଜ୍ୟ ସରକାରଙ୍କର ଏ ଅବହେଳା କାହିଁକି?

ଏହା ସହିତ ସାଂସଦ ଆହୁରୀ ମଧ୍ୟ କହିଛନ୍ତି ଯେ, ବାଲେଶ୍ବରରେ ସବୁ ଡ୍ରେନ୍‌ ଚୋକ୍। ଭଲରେ ନର୍ଦ୍ଦମା ପାଣି ନିଷ୍କାସନ ହେଉ ନାହିଁ। ଜଳ ନିଷ୍କାସନ ପାଇଁ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ପ୍ଲାନ କରାଯାଇ ନାହିଁ। ଡ୍ରେନ୍‌ ପାଇଁ ଜୁନ୍‌ ୨୦୧୮ରେ ୫ କୋଟି ୭୬ ଲକ୍ଷର ପ୍ରକଳ୍ପ ଭିତ୍ତି ପଢ଼ିଥିଲା। ଏଯାବତ ଡ୍ରେନ ହୋଇ ପାରିନାହିଁ। ସାର ସହର ନର୍ଦ୍ଦମାରେ ଭାସୁଛି ।

ଅନ୍ୟପଟେ ବାଲେଶ୍ବରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ ଷଡ଼ଙ୍ଗୀ କହିଛନ୍ତି ଯେ, ଆମେ ସମସ୍ତେ ବିକାଶର ରାଜନୀତ ଚାହୁଁଛୁ। ଦଳମତ ନିର୍ବିଶେଷରେ ବିନା ପାତରଅନ୍ତରରେ ବିକାଶ ହେବା ଦରକାର। ବିଜେପି ବା ସାଧାରଣ ଲୋକ କୋଭିଡ଼ ନିୟମ ଭାଙ୍ଗିଲେ ଦଣ୍ଡ ଦିଆଯାଇଛି। ନକଟରେ ରବୀନ୍ଦ୍ର ଜେନା ଟକେଟ ନପାଇବାରୁ ତାଙ୍କ ସମର୍ଥକ ଏକାଠି ହେଲେ। ଶହ ଶହ ସମର୍ଥକ ଏକାଠି ହେଲେ। ନିୟମ ଭାଙ୍ଗିଲା। ପଦେକ୍ଷେପ ନେଲେ ନାହିଁ। ବିଜେଡ଼ି ନେତାଙ୍କ କେଭିଡ଼ ନିୟମ ଭଙ୍ଗ ନେଇ ୨୧ ଫଟୋ ଓ ଭିଡିଓ ଦେଲି। ଏହାର ସମ୍ବଳିତ ପ୍ରମାଣ ଦେଲେ ବି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ ବୋଲି  କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

Comments are closed.