Odisha Link
Bridging the Missing Links in Odisha

ଉପନିର୍ବାଚନ: ବାଲେଶ୍ୱରରେ ଶଙ୍ଖ ଧରିଲେ କଂଗ୍ରେସ ନେତା ମାଧବାନନ୍ଦ ମଇନି

ବାଲେଶ୍ୱର: ଉପନିର୍ବାଚନା ପୂର୍ବରୁ ବାଲେଶ୍ୱରରେ କଂଗ୍ରେସ ନେତା ମାଧବାନନ୍ଦ ମଇନି ତାଙ୍କ ଶତାଧିକ କର୍ମୀଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନେତୃତ୍ୱରେ ଦଳରେ ସାମିଲ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ହୋଇଛି। କର୍ମୀଙ୍କ ଯୋଗଦାନ ବାଲେଶ୍ୱର ସଦର ଉପନିର୍ବାଚନରେ ବିଜେଡିକୁ ବିପୁଳ ଭୋଟରେ ବିଜୟୀ କରାଇବ ବୋଲି ଦଳ ଆଶା ରଖିଛି।

ପ୍ରକାଶ ଯେ, ଗତକାଲି ୨୦୧୯ ନିର୍ବାଚନରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ଦକ୍ଷ ଯୁବ ନେତା ମାନସ ଦାସପଟ୍ଟନାୟକ ତାଙ୍କ ସମର୍ଥକଙ୍କ ସହ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଥିଲେ। ସେହିଭଳି ବିଜେପିର ପୂର୍ବତନ ସଦର ବ୍ଳକ ଅଧ୍ୟକ୍ଷା ହେମଲତା ବେହେରା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଗତ ୭ ତାରିଖରେ ବାଲେଶ୍ୱର ରାଜନୀତିର ଭୀଷ୍ମ କୁହାଯାଉଥିବା ଦାଦା ଅରୁଣ ଦେ ମଧ୍ୟ ବିଜେଡିରେ ଯୋଗଦେଇଥିଲେ। ଉପନିର୍ବାଚନ ପୂର୍ବରୁ ବିଜେଡିରେ ଜିଲ୍ଲା ହେଭିୱେଟଙ୍କ ଯୋଗଦାନ ବିଜେଡିର ବିଜୟ ବ୍ୟବଧାନକୁ ବୃଦ୍ଧି କରିବ ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

Comments are closed.