Odisha Link
Bridging the Missing Links in Odisha

‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଜୟପୁର: କ୍ଷେପଣାସ୍ତ୍ର ପରୀକ୍ଷଣରେ ଭାରତକୁ ଆଉ ଏକ ସଫଳତା। ଆଜି ଭାରତ ‘ନାଗ’ ଆଣ୍ଟି-ଟ୍ୟାଙ୍କ ଗାଇଡ୍ କ୍ଷେପଣାସ୍ତ୍ରର ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ପରୀକ୍ଷଣ କରିଛି। ସକାଳ ୬: ୪୫ ରେ ରାଜସ୍ଥାନର ପୋଖରନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ନାଗ କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଦ୍ୱାରା ବିକଶିତ କରାଯାଇଛି।

ନାଗ ଆଣ୍ଟି ଟ୍ୟାଙ୍କ ଗାଇଡ୍ ମିସାଇଲ୍ ଡିଆର୍‌ଡିଓ ର ସ୍ୱଦେଶୀ ବାରହେଡର ତାଲିକାରେ ସାମିଲ ହୋଇଛି। ଗତ ଦେଢ ମାସ ମଧ୍ୟରେ, ଡିଆର୍‌ଡିଓ ଅତି କମରେ ୧୨ଟି କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଏବଂ ଏହି କ୍ଷେପଣାସ୍ତ୍ର ସାହାଯ୍ୟରେ ଯୁଦ୍ଧର ଆବଶ୍ୟକତା ପୂରଣ ହେବ। ସୀମା ଉପରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି କ୍ଷେପଣାସ୍ତ୍ରଗୁଡିକର ପରୀକ୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ନିକଟରେ ଡିଆର୍‌ଡିଓ ମୁଖ୍ୟ କହିଛନ୍ତି ଯେ, ସେନା ପାଇଁ ସ୍ୱଦେଶୀ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛୁ, ଯହାଫଳରେ ଆମେ କ୍ଷେପଣାସ୍ତ୍ର କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିପାରିବୁ।

Comments are closed.