Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ୨୩୭୭ ଆଉ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୩୭୭ କରୋନା ଆକ୍ରାନ୍ତ। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୫୯ ହଜାର ୪୧୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଅନୁଗୁଳ ଜିଲ୍ଲାରୁ ୨୦୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬୨ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୬ ଜଣ, କଟକ ଜିଲ୍ଲାରୁ ୧୨୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୦୯ ଜଣ, ଯାଜପୁର ଜିଲ୍ଲାରୁ ୧୦୭ ଜଣ, ବରଗଡ଼ ଜିଲ୍ଲାରୁ ୮୮ ଜଣ, ବଲାଙ୍ଗୀର ଜିଲ୍ଲାରୁ ୮୭ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୮୫ ଜଣ, ଭଦ୍ରକ ଜିଲ୍ଲାରୁ ୭୨ ଜଣ, ନୂଆପଡ଼ା ଜିଲ୍ଲାରୁ ୬୫ ଜଣ, କେନ୍ଦ୍ରାପଡ଼ା, ସୁବର୍ଣ୍ଣପୁର ଜିଲ୍ଲାରୁ ୬୪ ଜଣ ଲେଖାଏଁ, ପୁରୀ ଜିଲ୍ଲାରୁ ୫୯ ଜଣ, ଜଗତସିଂହପୁର, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାରୁ ୫୦ ଜଣ ଲେଖାଏଁ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳ, ଗଂଜାମ ଜିଲ୍ଲାରୁ ୩୪ ଜଣ ଲେଖାଏଁ, ବୌଦ୍ଧ, କନ୍ଧମାଳ ଜିଲ୍ଲାରୁ ୩୩ ଜଣ ଲେଖାଏଁ, ମାଲକାନଗିରି ଜିଲ୍ଲାରୁ ୩୧ ଜଣ, ରାୟଗଡ଼ା ଜିଲ୍ଲାରୁ ୨୯ ଜଣ, କୋରାପୁଟ ଜିଲ୍ଲାରୁ ୨୮ ଜଣ, ନୟାଗଡ଼ ଜିଲ୍ଲାରୁ ୨୧ ଜଣ, ନବରଂଗପୁର ଜିଲ୍ଲାରୁ ୧୫ ଜଣ, ଦେବଗଡ଼ ଜିଲ୍ଲାରୁ ୧୦ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ରାଜ୍ୟପୁଲରୁ ୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Comments are closed.