Odisha Link
Bridging the Missing Links in Odisha

ଉପନିର୍ବାଚନ: ଆଜି ବାଲେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାଲେଶ୍ବର: ଆଜି ବାଲେଶ୍ୱରରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାଲେଶ୍ୱରରେ ପ୍ରାର୍ଥୀ ମାନସ ଦତଙ୍କ ପାଇଁ ପ୍ରଚାର କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତିା ରୁପସା ଦଲଦଲି ପଡ଼ିଆରେ ଜନସଭାକୁ ସଂବୋଧନ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କରୋନା କଟକଣା ଭିତରେ ଏହି ଜନସଭା ପାଇଁ ଆବଶ୍ୟକ ଆୟୋଜନ କରାଯାଇଛି ।

ବିଜେପି ନେତା ଓ କର୍ମୀ ଜନମତକୁ ପ୍ରଭାବିତ କରିବା ପାଇଁ ମଞ୍ଚ ଲଗାଇଛନ୍ତି। ବାଲେଶ୍ୱର ସଦର ବାସିନ୍ଦାଙ୍କ ଗହଳି ଭିତରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ବେଳେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ କଣ କହିବେ କେନ୍ଦ୍ରମନ୍ତ୍ରୀ ତାଉପରେ ସମସ୍ତଙ୍କ ନଜର ରହିଛି ।

Comments are closed.