Odisha Link
Bridging the Missing Links in Odisha

ମରାମତି ହେବ ଶ୍ରୀମନ୍ଦିରର ବାଇଶି ପାହାଚ

ପୁରୀ: ଶ୍ରୀମନ୍ଦିରର ବାଇଶି ପାହାଚର ମରାମତି କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି । ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଦ୍ୱାରା ବାଇଶି ପାହାଚର ଅନୁଧ୍ୟାନ କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ପ୍ରତ୍ନତତ୍ତ୍ୱ ବିଭାଗର ଟିମ ଅନୁଧ୍ୟାନ କରିବା ବେଳେ ପାହାଚର ଦୁର୍ବଳ ପଥରକୁ ଚିହ୍ନଟ କରିଛନ୍ତି । ବାଇଶି ପାହାଚର ମରାମତି କରାଯିବାବେଳେ ଆବଶ୍ୟକ ପଡ଼ିଲେ ଦୁର୍ବଳ ପଥରକୁ ପରିବର୍ତ୍ତନ କରାଯିବାକୁ ନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ ଉତ୍ତର ଓ ପଶ୍ଚିମ ଦ୍ୱାର ପଟ ପାହାଚର ମରାମତି କରାଯାଇଛି । ଅନ୍ୟପକ୍ଷରେ ପ୍ରତ୍ନତତ୍ତ୍ୱ ବିଭାଗର ଟିମ ମହାଲକ୍ଷ୍ମୀ ଓ ବିମଳାଙ୍କ ମନ୍ଦିର ମଧ୍ୟ ଅନୁଧ୍ୟାନ କରିଛନ୍ତି ।

ତେବେ ରୁପାରେ ଆଛାଦିତ ହେବ ଶ୍ରୀମନ୍ଦିରର ୮ଟି ଦ୍ୱାର। ଏଥିପାଇଁଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଆଜି ଅପରାହ୍ଣରେ ବସିବ ସ୍ଵତନ୍ତ୍ର ବୈଠକ।

ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ।ଛତିଶାନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ, ପୂଜାପଣ୍ଡା ନିଯୋଗ, ପ୍ରତିହାରୀ ନିଯୋଗ ସହ ଆଲୋଚନା କରାଯିବ।

Comments are closed.