Odisha Link
Bridging the Missing Links in Odisha

ଭାରତ-ଆମେରିକା ମଧ୍ୟରେ ଆଜି ୨+୨ ବାର୍ତ୍ତା

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଦିଲ୍ଲୀରେ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ସୋମବାର ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି, ଯେଉଁଥିରେ ଉଭୟ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆଲୋଚନା ପୂର୍ବରୁ ଉଭୟ ଦେଶ ମଧ୍ୟରେ ସୈନ୍ୟ ବୁଝାମଣା ‘ବେକା’କୁ ନେଇ ସହମତି ହୋଇଛି, ଯେଉଁଥିରେ କି ଆଜି ଦସ୍ତକ୍ଷତ ହେବ ।

ଟୁ ପ୍ଲସ ଟୁ ଆଲୋଚନାରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ‘ବେକା’ ବୁଝାମଣା ହେବାକୁ ଯାଉଛି, ଯେଉଁଥିରେ କି ଚୀନ ଓ ପାକିସ୍ତାନ ପାଇଁ ଅଡୁଆ ବଢ଼ିପାରେ । ଏହି ବୁଝାମଣା ଦ୍ୱାରା ଆମେରିକୀୟ ସାଟଲାଇଟ ଦ୍ୱାରା ଏକତ୍ର ହୋଇଥିବା ସୂଚନା ଭାରତ ସହିତ ସେୟାର କରାଯାଇପାରିବ ।

ଏଥି ସହିତ ଆମେରିକାର ସଂବେଦନଶୀଳ ସଂଚାର ତଥ୍ୟ ପର୍ଯ୍ୟନ୍ତ ଭାରତ ପହଂଚିପାରିବ । ଏହାଦ୍ୱାରା ଭାରତର ମିସାଇଲ କ୍ଷମତା ବଢ଼ିବ । ଏହି ବୁଝାମଣା ଉଭୟ ଦେଶର ସଶସ୍ତ୍ର ବଳ ମଧ୍ୟରେ ସଂପ୍ରସାରଣ ଭୂ-ସ୍ଥାନିକ ସୂଚନା ସେୟାର କରିବାକୁ ଅନୁମତି ଦେବ ।

ସୂଚନାଯୋଗ୍ୟ, ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ସମୟରେ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆମରିକା ପ୍ରତିରକ୍ଷା ସଚିବ ମାର୍କ ଏସ୍ପରଙ୍କୁ ଭେଟିଥିଲେ । ସେହିପରି ଆମେରିକା ବିଦେଶ ସଚିବ ଭାରତର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ସହିତ ଆଲୋଚନା କରିଥିଲେ ।

Comments are closed.