Odisha Link
Bridging the Missing Links in Odisha

ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଉଦଳା: ଘର ଭିତରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କପ୍ତିପଦା ଥାନା ବେଲଡିହା ଗାଁରେ। ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

ପ୍ରକାଶ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ବେଲଡିହା ଗାଁରେ ବୃଦ୍ଧାଙ୍କ ମୃତଦେହ ମିଳିଛି। ମୃତକ ହେଲେ ଶର୍ମାମଣି ସେଠୀ। ଦୁଇ ଦିନ ହେବ ଶର୍ମାମଣି ଘରୁ ବାହାରି ନ ଥିଲେ। ତେବେ ଆଜି ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

Comments are closed.