Odisha Link
Bridging the Missing Links in Odisha

ସାପ କାମୁଡ଼ାରେ 2 ଭଉଣୀ ମୃତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ପଞ୍ଚମହଲା ଗାଁରେ ସାପ କାମୁଡ଼ି ଦେବାରୁ ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି।ଏହି ଘଟଣା ପରେ ସାରା ଗାଁରେ ଶୋକରଛାୟା ଖେଳିଯାଇଛି। ମୃତକମାନେ ହେଲେ ବାଳଗୋପାଳ ଜଗଦଲାଙ୍କ ଦୁଇ ଝିଅ । ନିକିତାଓ ଅର୍ଚ୍ଚିତାଙ୍କ ବୟସ ୧୨ଓ ୧୩ ବର୍ଷ ।

ଗତକାଲି ରାତିରେ ଦୁଇ ଭଉଣୀ ଶୋଇଥିବା ବେଳେ ସେମାନଙ୍କୁ ସାପ କାମୁଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେମାନଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

Comments are closed.