Odisha Link
Bridging the Missing Links in Odisha

ଚଳିତ ବର୍ଷ ହେବନି ବାଲିଯାତ୍ରା

କଟକ: ଚଳିତ ବର୍ଷ ହେବନି କଟକ ପ୍ରସିଦ୍ଧ ବାଲିଯାତ୍ରା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନାହିଁ। ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନି ସୂଚନା ଦେଇଛନ୍ତି। ଏଥିସହ ସାମୁହିତ ବୋଇତ ବନ୍ଦାଣ ଉତ୍ସବ ଉପରେ ମଧ୍ୟ ବାରଣ କରାଯାଇଛି।

କଟକରେ କରୋନା ସଂକ୍ରମଣକୁ ଏବଂ ଭିଡକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଧବଳେଶ୍ବରରେ ବଡ଼ଓଷା ପାଳନ ହେବ ନାହିଁ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସୂଚନଯୋଗ୍ୟ, କଟକରେ ବାଲିଯାତ୍ରା ଖୁବ୍‌ ଧୁମ୍‌ ଧାମ୍‌ରେ ପାଳିତ ହୋଇଥାଏ ଏବଂ ଶତାଧିକ ଲୋକଙ୍କ ସମାଗମ ହୋଇଥାଏ। ଧବଳେଶ୍ବରରେ ବଡ଼ଓଷା ଖୁବ୍‌ ଜାକ ଜମକରେ ପାଳନ କରାଯାଏ।

ରାଜ୍ୟରେ କରୋନା ମାମଲା ହ୍ରାସ ପାଉଥିଲେ ହେଁ, ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ କରାଯାଉଛି। ଶୀତଋତୁରେ କରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯଥା ସମ୍ଭବ ସତର୍କତା ଅବଲମ୍ବନ କରୁଛନ୍ତି। ୟୁରୋପ, ଫ୍ରାନ୍ସ ଜର୍ମାନୀ ଆଦି ରାଷ୍ଟ୍ରରେ ଶୀତ ଯୋଗୁଁ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଲାଣି।

Comments are closed.