ବାରହା ମାଂସ ସହ ଶିକାରୀ ଗିରଫ

ଢ଼େଙ୍କନାଳ: ବାରହା ମାଂସ ସହ ଶିକାରୀ ଗିରଫ। ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର କରି ମାଂସ ବିକ୍ରି କରିଚାଲିଥିଲେ ଅଭିଯୁକ୍ତ। ଜଙ୍ଗଲରେ ଅତି ଚତୁରତାର ସହ ବନ୍ୟଜନ୍ତୁଙ୍କୁ କାବୁ କରୁଥିବା ଶିକାରୀ ଶେଷରେ ନିଜେ ଆଇନ୍ ଜାଲରେ ଛନ୍ଦି ହୋଇଗଲେ।
ଏପରି ଜଣେ ବାରହା ଶିକାରୀକୁ କାବୁ କରିଛି ବନ ବିଭାଗ। ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମହାବିରୋଡ଼ ବନାଞ୍ଚଳରୁ ୨୦କିଲୋଗ୍ରାମ ବାରହା ମାଂସ ସହ ଜଣକୁ ଗିରଫ କରାଯାଇଛି। ଗିରଫ ଜଣଙ୍କ ସ୍ଥାନୀୟ ବିରିବୋଲେଇ ଗ୍ରାମର ଉପେଦ୍ର ସାହୁ ବୋଲି ଜଣାପଡିଛି।