Odisha Link
Bridging the Missing Links in Odisha

ଉପନିର୍ବାଚନ: ୨ଟି ଆସନରେ ଜିତିବା ନେଇ ବିଜେଡିର ଦମ୍ଭୋକ୍ତି

ବାଲେଶ୍ୱର: ଗତକାଲି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ସରିଛି। ଉପନିର୍ବାଚନ ପରେ ଫଳାଫଳକୁ ନେଇ ଦମ୍ଭୋକ୍ତି ପ୍ରକାଶ କରିଛି ବିଜେଡି। ୨ ଟି ଆସନେରେ ଜିତିବୁ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର।

ଦେବୀ କହିଛନ୍ତି ଯେ, ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ବଡ ବ୍ୟବଧାନରେ ଦଳ ଜିତିବ। ବିଜେଡିକୁ ଲୋକେ ଆର୍ଶୀବାଦ କରିଛନ୍ତି, ନିଶ୍ଚିତ ବିଜୟୀ ହେବୁ। ଦାୟିତ୍ୱରେ ଥିବା ଲେଶକ ଆକଳନ କରୁଛନ୍ତି, କାଲି ସୁଦ୍ଧା ମାର୍ଜିନ ଜଣାପଡିବ। ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ଅନୁସାରେ ଖର୍ଚ୍ଚ କରୁଛି ବୋଲି ଦେବୀ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଉଛି। ଭୋଟ ଗଣତି କରାଯିବା ପରେ ଫଳାଫଳ ଜଣାପଡ଼ିବ। ଉପନିର୍ବାଚନ ମତଦାନକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇ କହିଛନ୍ତି ଯେ, ପୂର୍ବ ସାଧାରଣ ନିର୍ବାଚନ ଅପେକ୍ଷା ଭୋଟ ଦାନ ହାର ସାମାନ୍ୟ କମିଛି। ଉପନିର୍ବାଚନରେ ବାଲେଶ୍ୱରରେ ୭୦.୬୯% ଓ ତିର୍ତ୍ତୋଲରେ ୬୯.୬୬% ମତଦାନ ହୋଇଛି। ପୂର୍ବ ସାଧାରଣ ନିର୍ବାଚନରେ ବାଲେଶ୍ୱରରେ ୭୧.୨୯ ଓ ତିର୍ତ୍ତୋଲରେ ୭୪.୦୯ % ମତଦାନ ହୋଇଥିଲା।

Comments are closed.