Odisha Link
Bridging the Missing Links in Odisha

ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ବାଲିଗୁଡ଼ା: ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼। ଫୁଲବାଣୀ ଟାଉନ୍ ଥାନା କାଳୀମନ୍ଦିର ନିକଟ ବନ୍ଦ ସାହିରେ ଗତ ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ। ଟିଟନ ବେହେରାଙ୍କ ଘର ଉପରେ ବୋମାମାଡ ହୋଇଛି। ରାତ୍ର ପ୍ରାୟ ୨.୪୫ ମିନିଟରେ ୪ ଜଣ ଦୁବୃର୍ତ୍ତ ଦୁଇଟି ବାଇକରେ ଆସି ଟିଟନଙ୍କ ଘର ଉପରେ ତିନୋଟି ବୋମା ଫିଙ୍ଗିଥିଲେ। ବୋମାମାଡରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ, ଗତ କିଛି ଦିନ ତଳେ ଟିଟନ ବେହେରା ଓ ରାଜକୁମାରଙ୍କ ମଧ୍ୟରେ ବଚସା ହୋଇଥିଲା। ରାଜକୁମାର ଟିଟନଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ବେଳେ ରାଜକୁମାର ହିଁ ଟିଟନଙ୍କ ଘର ଉପରକୁ ବୋମା ମାଡ କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ।

ରାଜକୁମାର ନାଁରେ ଆଗରୁ ବହୁ ଅପରାଧିକ ମାମଲା ରହିଛି। ଏହି ଘଟଣା ପରେ ଟାଉନ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ବୋମାମାଡ ଘଟଣାକୁ ନେଇ ପରିବାର ଲୋକେ ଭୟଭୀତ ଅଛନ୍ତି।

Comments are closed.