Odisha Link
Bridging the Missing Links in Odisha

ଟେକି କଚାଡ଼ିଲା ଦନ୍ତାହାତୀ, ୨ ଗୁରୁତର

ବାଂଶପାଳ: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଅନ୍ତର୍ଗତ ଜମ୍ୱିରିପଶି ଗ୍ରାମରେ ଦନ୍ତାହାତୀ ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଗୋଠଛଡା ଦନ୍ତା ଆତଙ୍କରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି।

ଆଜି ସକାଳେ ଗ୍ରାମର ଚନ୍ଦ୍ରମଣି ବାରିକ ଓ ହାରମଣି ମହାକୁଡଙ୍କୁ ଆକ୍ରମଣ କରିିଛି। ସେମାନେ ସକାଳୁ ସକାଳୁ ଶୌଚ କରିବା ପାଇଁ ନାଳ ପାଖକୁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିଲା।

ଦନ୍ତାହାତୀଟି ପ୍ରଥମେ ଚନ୍ଦ୍ରମଣି ବାରିକଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା ପରେ ହାରମଣିଙ୍କୁ ମଧ୍ୟ ଆକ୍ରମଣ କରିଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି। ଗାଁ ନିକଟସ୍ଥ ଜଙ୍ଗଲ ମଧ୍ୟରୁ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲରେ ଭର୍ତ୍ତି କରାଯାଇଛି।

ବନବିଭାଗ ଟିମ୍‌ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି। ତେବେ ବନବିଭାଗ ଖୁବ ଶୀଘ୍ର ହାତୀକୁ ଘୋଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Comments are closed.