ବିଜୟ ପଥେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇଦିନ ଧରି ଭୋଟ ଗଣତି ଜାରି ରହିଥିବା ବେଳେ ଡେମାକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ମଧ୍ୟରୁ ଏଯାବତ୍ ୪୭୮ଟିରେ ଫଳାପଳ ଘୋଷଣା ସରିଲାଣି।
ଆମେରିକାର ରାଷ୍ଟ୍ରପତି ପଦ ପାଇଁ ୨୭୦ ଇଲେକ୍ଟୋରାଲ ଭୋଟ୍ ଆବଶ୍ୟକ ଥିବା ବେଳେ ଜୋ ବାଇଡେନ୍ ୨୬୪ ଭୋଟ୍ ପାଇସାରିଲେଣି। ଆଉ ମାତ୍ର ୬ଟି ଭୋଟ ହାତେଇଲେ ତାଙ୍କର ବିଜୟ ସୁନିଶ୍ଚିତ। ଅନ୍ୟପଟେ ତାଙ୍କର ରିପବ୍ଲିକାନ୍ ପ୍ରତିଦ୍ବନ୍ଦ୍ବୀ ତଥା ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ଏଯାବତ୍ ମାତ୍ର ୨୧୪ ଭୋଟ ପାଇଛନ୍ତି। ତାଙ୍କ ବିଜୟ ପାଇଁ ଆହୁରି୫୬ ଭୋଟ ଆବଶ୍ୟକ ଥିବା ବେଳେ ଏ ସମ୍ଭାବନା କ୍ଷୀଣ ହେବାରେ ଲାଗିଛି।