ଏସସିବିରେ ଉଦଘାଟିତ ହେଲା VRDL

କଟକ: କଟକ ଏସସିବି ମେଡିକାଲ ପରିସରରେ ଉଦଘାଟିତ ହେଲା( VRDL) ଭିଆରଡିଏଲ। କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ଦ୍ୱାରା ଏହି (VRDL) ଭିଆରଡିଏଲ ଉଦଘାଟିତ ହୋଇଛି। ଏହି ଭିଆରଡିଏଲ ୧କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ( VRDL) ଭାଇରସ ରିଚର୍ଚ୍ଚ ଡାଇଗ୍ନୋଷ୍ଟିକ ଲାବରେଟୋରୀରେ କରୋନା ଭୂତାଣୁର ଗବେଷଣା କରାଯିବ।
ସୂଚନାଯୋଗ୍ୟ, ଏବେ କରୋନା ମହାମାରୀରେ ସବୁ ବର୍ଗର ଲୋକେ ସଂକ୍ରମିତ ହେଉଛନ୍ତି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି। ଏଥିସହ ମୃତକଙ୍କ ସଂଖ୍ୟା ମଧ୍ୟ ଓଡ଼ିଶାରେ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏହି ସମୟରେ ଏସସିବି ମେଡିକାଲ ପରିସରରେ ଭିଆରଡିଏଲ (VRDL) ଉଦଘାଟିତ ହେବା ଓଡ଼ିଶା ପାଇଁ ଏକ ଖୁସି ଖବର।
Comments are closed.