Odisha Link
Bridging the Missing Links in Odisha

ଅର୍ଣବଙ୍କ ଜାମିନ ପାଇଁ ବମ୍ବେ ହାଇ କୋର୍ଟରେ ଏହି ୧୩ ଓକିଲ

ମୁମ୍ବାଇ: ଆଜି ଦିନ ୧୨ଟା ଠାରୁ ଅର୍ଣବ ଗୋସ୍ବାମୀଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ ହୋଇଛି। ଅର୍ଣବ ନିଜ ସପକ୍ଷରେ ଯୁକ୍ତି ରଖିବା ପାଇଁ ଦେଶର ୧୩ ଜଣ ବରିଷ୍ଠ ଓକିଲଙ୍କୁ ନିଯୁକ୍ତ ଦେଇଛନ୍ତି। ସେମାନଙ୍କ ମଧ୍ୟରେ ହରିଶ ସାଲ୍‌ଭେ ଓ ମହେଶ ଜେଠମାଲାନିଙ୍କ ଭଳି ପ୍ରସିଦ୍ଧ ଆଇନଜ୍ଞ ଅଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଅବଦ ପୋଣ୍ଡା, ମାଳବିକା ତ୍ରିବେଦୀ, ସାକେତ ଶୁକ୍ଲ, ମୃଣାଳ ଓଝା, ବସନ୍ତ ରାଜଶେଖରନ୍, ଦେବର୍ଷି ଦତ୍ତ, ରଜତ ପ୍ରଧାନ, ବିଶ୍ବଦୀପ ଚକ୍ରବର୍ତ୍ତୀ, ମାଦବୀ ଦୋଶୀ, ସଂଜୀବ ସଂବାଶିବନ୍‌ ଓ ସିଦ୍ଧାନ୍ତ କୁମାର ପ୍ରମୁଖ ଆଇନଜୀବୀ ଅର୍ଣବଙ୍କୁ ଜାମିନ ଦେବା ସପକ୍ଷରେ ଯୁକ୍ତି ରଖିବା ଲାଗି ନିୟୋଜିତ ହୋଇଛନ୍ତି।

୨୦୧୮ ମସିହାରେ ଜଣେ ଆର୍କିଟେକ୍ଟ ଅନ୍ବୟ ନାୟକ ଆତ୍ମହତ୍ୟା କରିଥିଲେ। ଅର୍ଣବଙ୍କ ସମେତ ତିନିଜଣ ତାଙ୍କର ୫ କୋଟିରୁ ଅଧିକ ଟଙ୍କା ବକେୟା ରଖିଥିଲେ ବୋଲି ଅନ୍ବୟ ନିଜ ସୁଇସାଇଡ୍‌ ନୋଟରେ ଉଲ୍ଲେଖ କରିଥିଲେ। ଏହି ମାମଲାରେ କୌଣସି ପ୍ରମାଣ ନାହିଁ କହି ମାମଲା ବନ୍ଦ କରିଦେଇଥିବା ତଦନ୍ତକାରୀ ଅଧିକାରୀଙ୍କ ସମେତ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀ ଓ ଅନ୍ୟ ଦୁଇଜଣଙ୍କୁ ମୁମ୍ବାଇ ପୁଲିସ ଗିରଫ କରିଛି। କୋର୍ଟ ନିର୍ଦ୍ଦେଶରେ ଅର୍ଣବ ଏବେ ୧୪ ଦିନ ପାଇଁ ବିଚାରବିଭାଗୀୟ ଜେଲରେ ଥିବା ବେଳେ ଜାମିନ ଆବେଦନ କରିଛନ୍ତି।

Comments are closed.