Odisha Link
Bridging the Missing Links in Odisha

ଉପ-ରାଷ୍ଟ୍ରପତି କମଳା ହ୍ୟାରିସ ମାଆଙ୍କୁ ମନେପକାଇ କହିଲେ …

ୱାସିଂଟନ: ଆମେରିକା ଉପ-ରାଷ୍ଟ୍ରପତି ଭାବେ କମଳା ହ୍ୟାରିସ ନିର୍ବାଚିତ ହେବା ପରେ ତାଙ୍କ ସମର୍ଥକଙ୍କୁ ଧନ୍ୟବାଦ ଜଣାଇଛିନ୍ତି। କମଲା ହ୍ୟାରିସ୍ କହିଛନ୍ତି ଯେ, ମୋର କିମ୍ବା ଜୋ ବିଡେନଙ୍କ ନିର୍ବାଚନ ଠାରୁ ବଡ଼ କଥା ହେଉଛି, ଆମେରିକୀୟ ଭରଷା। ଯେଉଁମାନେ ଆମକୁ ନିର୍ବାଚିତ କରିଛନ୍ତି। ଏହି ଅବସରରେ କମଲା ହ୍ୟାରିସ୍ ତାଙ୍କ ମାଆ ଶ୍ୟାମଳା ଗୋପାଳନଙ୍କୁ ସ୍ମରଣ କରିଛନ୍ତି। କମଳା କହିଛନ୍ତି ଯେ, ଆଜି ମୁଁ ଯାହାଙ୍କ ପାଇଁ ଏଠାରେ ଉପସ୍ଥିତି ଅଛି ତାଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଦେବାକୁ ଚାହୁଁଛି।

କମଳା ତାଙ୍କ ମାଆଙ୍କ ବିଷୟରେ କହିଥିଲେ ଯେ, ଯେତେବେଳେ ସେ ୧୯ ବର୍ଷ ବୟସରେ ଭାରତରୁ ଏଠାକୁ ଆସିଥିଲେ, ସେତେବେଳେ ସେ ହୁଏତ ଏହି ମୁହୂର୍ତ୍ତ ବିଷୟରେ କେବେ ବି ଚିନ୍ତା କରିନଥିବେ, କିନ୍ତୁ ସେ ଆମେରିକାର ମୂଲ୍ୟବୋଧ ଉପରେ ଗଭୀର ବିଶ୍ୱାସ କରୁଥିଲେ, ଯେଉଁଠାରେ ଏପରି ସୁଯୋଗ ସମ୍ଭବ ଥିଲା।

କମଳା ହ୍ୟାରିସ୍ କହିଛନ୍ତି ଯେ, ହୁଏତ ସେ ନିଜ ସମ୍ପ୍ରଦାୟର ପ୍ରଥମ ମହିଳା ହୋଇପାରନ୍ତି ଯିଏ କି ଉପ-ରାଷ୍ଟ୍ରପତି ପଦରେ ବସିଛନ୍ତି। କିନ୍ତୁ ଏହି ପଦବୀର ବସିଥିବା ସେ ଶେଷ ମହିଳା ବୋଲି ହେବେ ନାହିଁ। କାରଣ ଆଜି ଏହାକୁ ଦେଖୁଥିବା ପ୍ରତ୍ୟେକ ଛୋଟ ଝିଅ ଜାଣନ୍ତି ଯେ ଏହି ଦେଶ ଅସୀମ ସମ୍ଭାବ୍ୟ ଦେଶ ଅଟେ।

କମଳା ହ୍ୟାରିସଙ୍କ ମାଆ ଶ୍ୟାମଲା ଗୋପାଳନ ଏହି ଗାଁର ବାସିନ୍ଦା ଥିଲେ। କମଲା ହ୍ୟାରିସଙ୍କ ବିଜୟ ପରେ ତାମିଲନାଡୁର ତିରୁବର୍ ଜିଲ୍ଲାର ଥୁଲେସେନ୍ଦ୍ରାପୁରମ୍ ଗାଁରେ ଉତ୍ସବ ପାଳନ କରାଯାଉଛି। ୫୬ ବର୍ଷୀୟ କାଲିଫର୍ନିଆ ସିନେଟର କମଳା ହ୍ୟାରିସ୍ ତିନି ଜଣ ଏସୀୟ ଆମେରିକୀୟ ସିନେଟରଙ୍କ ମଧ୍ୟରୁ ଜଣେ। ସେ ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ସିନେଟର ଯିଏ କି ଏହି ଚାମ୍ବରକୁ ଆସିଛନ୍ତି।

Comments are closed.