ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏଥି ସହ ରାଜ୍ୟମନ୍ତ୍ରୀ ପରିଷଦର ବୈଠକ ମଧ୍ୟ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟାରେ ମନ୍ତ୍ରୀ ପରିଷଦ ବୈଠକ ବସିବ। ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆଗତ ହେବାକୁ ଥିବା ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିବ।
କ୍ୟାବିନେଟ୍ ବୈଠକ ଆଜି ୫ଟା ୧୫ରେ ବସିବ। ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ। ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବୈଠକରେ ସାମିଲ୍ ହେବେ।
Comments are closed.