Odisha Link
Bridging the Missing Links in Odisha

ପୁଣି ରାଜଧାନୀରୁ ପ୍ରାୟ ୨୨୫ ଗ୍ରାମ ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ପୁଣି ରାଜଧାନୀରୁ ପ୍ରାୟ ୨୨୫ ଗ୍ରାମ ବ୍ରାଉନସୁଗାର ଜବତ କଲା ପୁଲିସ। ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି।

ବ୍ରାଉନ ସୁଗାର ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ କଳିଙ୍ଗନଗର ଅଞ୍ଚଳରୁ ପୁଲିସ ଦ୍ୱାରା ସୋମବାର ଜବତ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ନିକଟରୁ ଏକ ଦାମୀ କାର, ବନ୍ଧୁକ ଜବତ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି।

Comments are closed.