Odisha Link
Bridging the Missing Links in Odisha

ଭୁବନେଶ୍ବରରୁ ଆଜି ୫୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଭୁବନେଶ୍ବରରୁ ଆଜି ୫୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୨୨ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୩୦ଜଣ ଚିହ୍ନଟ ହୋଇଛନ୍ତି।

ବରମୁଣ୍ଡାରୁ ୪ଜଣ, ବିଜେବି ନଗର ଅଞ୍ଚଳରୁ ୨ଜଣ, ଚକେଇସିଆଣିରୁ ୨ଜଣ, ଡୁମଡୁମା ଅଞ୍ଚଳରୁ ଜଣେ, ଆଇଆରସି ଭିଲେଜରୁ ୨ଜଣ, ଝାରପଡ଼ାରୁ ଜଣେ, କଳିଙ୍ଗ ନଗରରୁ ଜଣେ, ମଞ୍ଚେଶ୍ବରରୁ ଜଣେ, ନୀଳାଦ୍ରି ବିହାରରୁ ୨ଜଣ, ପଟିଆରୁ ଜଣେ, ପ୍ରଶାନ୍ତି ବିହାରରୁ ଜଣେ, ରସୁଲଗଡ଼ରୁ ଜଣେ, ସତ୍ୟନଗରରୁ ଜଣେ ଓ ୟୁନିଟ-୯ରୁ ଦୁଇଜଣ ଲେଖାଏଁ କରୋନା ଆକ୍ରାନ୍ତ  କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି।

ସ୍ଥାନୀୟ ଅଞ୍ଚଳରୁ ଚନ୍ଦ୍ରଶେଖରପୁର ଅଞ୍ଚଳରୁ ୨ଜଣ, ସିଆରପିଏଫ ଛକରୁ ୨ଜଣ, ଡୁମଡୁମା ଅଞ୍ଚଳରୁ ଜଣେ, କଳିଙ୍ଗ ବିହାର ଅଞ୍ଚଳରୁ ୩ଜଣ, ନାଗେଶ୍ବରଟାଙ୍ଗି ଅଞ୍ଚଳରୁ ଜଣେ, ନୟାପଲ୍ଲୀ ଅଞ୍ଚଳରୁ ୨ଜଣ, ନୀଳାଦ୍ରି ବିହାର ଅଞ୍ଚଳରୁ ଜଣେ, ଓଲଡ ଟାଉନ ଅଞ୍ଚଳରୁ ଦୁଇଜଣ, ଭିଏସଏସ ନଗରରୁ ଜଣେ, ପଟିଆ ଅଞ୍ଚଳରୁ ଦୁଇଜଣ, ପାତ୍ରପଡ଼ା ଅଞ୍ଚଳରୁ ଜଣେ, ପ୍ରଶାନ୍ତି ବିହାର ଅଞ୍ଚଳରୁ ଜଣେ, ରସୁଲଗଡ଼ରୁ ଜଣେ, ଶୈଳଶ୍ରୀ ବିହାରରୁ ୨ଜଣ, ୟୁନିଟ-୬ରୁ ଜଣେ, ୟୁନିଟ-୯ରୁ ଦୁଇଜଣ ଓ ବାଣୀ ବିହାର ଅଞ୍ଚଳରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଭୁବନେଶ୍ବର ମହାନଗର ଟୁଇଟ କରି ସୂଚନା ଦେଇଛନ୍ତି।

Comments are closed.