Odisha Link
Bridging the Missing Links in Odisha

ପୂଜା କରୁଥିବା ବେଳେ ମୃତ୍ୟୁ ବରଣ କଲେ ପୂର୍ବତନ ବିଧାୟକ

ବୈତୁଲ: ମନ୍ଦିରରେ ପୂଜା କରୁଥିବା ସମୟରେ ପୂର୍ବତନ ବିଧାୟକଙ୍କ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିଥିବା ବିଧାୟକ ହେଲେ ବିନୋଦ ଡାଗା।

ସୂଚନା ଅନୁସାରେ, ପୂର୍ବତନ ବିଧାୟକ ପ୍ରତିଦିନ ଭଳି ଧନତେରାସ ଦିନ ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ମନ୍ଦିରରେ ସେ ସର୍ବପ୍ରଥମେ ଭଗବାନ ପାର୍ଶ୍ଵନାଥଙ୍କ ପୂଜା କରିଥିଲେ। ଏହା ପରେ ସେ ପଶ୍ଚାତ ଦାଦା ଗୁରୁଦେବ ମନ୍ଦିରର ପରିକ୍ରମା ଲଗାଇବା ପରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ।

ତେବେ ପୂଜା ଶେଷ କରିବା ପରେ ସେ ଦାଦା ଗୁରୁଦେବଙ୍କୁ ମୁଣ୍ଡ ନୁଆଇଁ ପ୍ରଣାମ ହେଉଥିବା ସମୟରେ ହଠାତ ସେ ତଳେ ପଡ଼ି ଯାଇଥିଲେ। ଏହି ଘଟଣାର ଦୃଶ୍ୟ ମନ୍ଦିର ବେଢ଼ାରେ ଲାଗିଥିବା ସିସିଟିଭି ଫୁଟେଜରେ କୈଦ ହୋଇଯାଇଥିଲା।

ଯେତେବେଳେ ମନ୍ଦିରର ପୁରୋହିତ ଏହି ଘଟଣା ବିଷୟରେ ଜାଣିଥିଲେ, ସେତେବେଳେ ସେ ଲୋକମାନଙ୍କୁ ଏ ବିଷୟରେ ଜଣାଇଥିଲେ। ସଙ୍ଗେସଙ୍ଗେ ବିନୋଦ ଡାଗାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବୁଧବାର ରାତିରେ ଭୋପାଳରୁ ବିନୋଦ ଦାଗା ବୈତୁଲକୁ ଫେରିଥିଲେ। ଭୋପାଳରେ ସେ ଉପ-ନିର୍ବାଚନର ସମୀକ୍ଷା ବୈଠକରେ ଯୋଗଦେବାକୁ ଯାଇଥିଲେ।

ଏଥି ସହିତ, ଡାଗା ପରିବାରର ଘନିଷ୍ଠ ସମ୍ପର୍କୀୟ ଥିବା ଉଷାବ ଗୋଠି କହିଛନ୍ତି ଯେ ଏହା ନିଶ୍ଚିତ ଭାବରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଦାଦାଙ୍କୁ ମୁକ୍ତି ମିଳିଛି। ଆମେ ଗୁରୁ ମହାରାଜଙ୍କଠାରୁ ଶୁଣିଥିଲୁ ଯେ ଏଭଳି ମୁକ୍ତି ମିଳିଥାଏ କିନ୍ତୁ ଆଜି ଆମେ ନିଜ ଆଖିରେ ତାହାକୁ ଦେଖିଛୁ ।

Comments are closed.