Odisha Link
Bridging the Missing Links in Odisha

ନଦୀରେ ବୁଡି ୨ ନିଖୋଜ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। କାଠସଙ୍ଗଡା ନଦୀରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡିଯାଇଛନ୍ତି। ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ୨ ଜଣ ନିଖୋଜ ଅଛନ୍ତି ଓ ଅନ୍ୟ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି।

ମୃତ ଯୁବକ ଜଣଙ୍କ କଦମସାହିର ଅଙ୍କିତଙ୍କ ପୁଅ ସଚିନ୍ଦ୍ର ବୋଲି ଜଣାପଡ଼ିଛି। ନିଖୋଜଥିବା ଦୁଇ ଜଣ ହେଲେ କଦମସାହିର ବିଜୁ ନାୟକଙ୍କ ପୁଅ ପୀୟୂଷ ଏବଂ ମିରିଗିଣି ମୁକ୍ତି ମିଶ୍ରଙ୍କ ପୁଅ ମୃତ୍ୟୁଞ୍ଜୟ।

ସୂଚନା ଅନୁଯାୟୀ , ନୀଳଗିରି ଅଞ୍ଚଳରୁ ୫ ଜଣ ଯୁବକ କାଠସଙ୍ଗଡା ନଦୀକୁ ଗାଧୋଇବାକୁ ଯାଇଥିଲେ। ତ୍ରିବେଣୀଘାଟରେ ଗାଧୋଇବା ବେଳେ ପାଣିରେ ବୁଡିଯାଇଥିଲେ। ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି।

ଘଟଣାସ୍ଥଳରେ ଅଗ୍ନିଶମବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏଥିସହ ସ୍ଥାନୀୟଲୋକେ ମଧ୍ୟ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି ଜାରି ରଖିଛନ୍ତି।

Comments are closed.