Odisha Link
Bridging the Missing Links in Odisha

ସଲ୍ୟୁଟ୍ ଭିଡିଓ ଭାଇରାଲ୍‌ ପରେ କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି

ଲେହ: ୫ ବର୍ଷର କୁନି ବାଳକକୁ ସମ୍ମାନିତ କଲା ଆଇଟିବିପି। କିଛି ଦିନ ତଳେ ଏକ କୁନି ବାଳକ ଯବାନଙ୍କୁ ସଲ୍ୟୁଟ୍ କରିବା ଭିଡିଓ ବେଶ୍ ଭାଇରାଲ୍ ହୋଇଥିଲା। ବର୍ତ୍ତମାନ ସେହି କୁନି ବାଳକକୁ ଆଇଟିବିପି ପକ୍ଷରୁ ସମ୍ମାନିତ କରାଯାଇଛି। ଆଇଟିବିପି ପୋଷାକ ପିନ୍ଧି ନୱାଙ୍ଗ ପରେଡ୍ ମାର୍ଚ କରିବା ସହ ପୁଣି ସେନା ଯବାନଙ୍କୁ ସଲ୍ୟୁଟ କରୁଥିବା ଦେଖିବାକୁ ମିଳିଥିଲା।

ଏବେ ଏହି ଭିଡିଓକୁ ଆଇଟିବିପି ସେନା ପକ୍ଷରୁ ଟୁଇଟ୍ କରାଯାଇଛି। ଭିଡିଓ ସେୟାର କରାଯାଇ ଟୁଇଟରେ ଲେଖାଯାଇଛି କି, ସଲ୍ୟୁଟ, ‘ଏଲକେଜିରେ ପଢ଼ୁଥିବା ୫ବର୍ଷିୟ ନୱାଙ୍ଗ ନାମଗ୍ୟାଲ ଲଦାଖର ଏକ ସୀମାନ୍ତ ଗ୍ରାମରେ ଆଇଟିବିପି ଯବାନମାନଙ୍କୁ ଅଭିବାଦନ ଜଣାଉଛି।

ଲଦାଖରେ ଭାରତୀୟ ଯବାନଙ୍କୁ ସଲ୍ୟୁଟ୍ କରୁଥିବା ଏହି କୁନି ବାଳକ ହେଉଛି ଚୁସୁଲ ଅ ଲର ନୱାଙ୍ଗ୍ ନାମଗ୍ୟାଲ। ଗତ ଅକ୍ଟୋବର ମାସରେ କୁନି ବାଳକ ଆଇଟିବିପି ଯବାନ ରାସ୍ତାରେ ଯାଉଥିବା ବେଳେ ସଲ୍ୟୁଟ୍ କରୁଥିବା ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁ ବୟସରେ ପିଲାମାନେ ଧୂଳି ଖେଳ ଛାଡିନଥାନ୍ତି, ସେହି ବୟସରେ ଭାରତୀୟ ସେନା ପ୍ରତି ଏତେ ସମ୍ମାନ ଏବଂ ଯବାନଙ୍କୁ ସଲ୍ୟୁଟ କରିବା ଦୃଶ୍ୟକୁ ନେଇ ଆଜି ସେ ଚର୍ଚ୍ଚାରେ।

 

 

 

 

Comments are closed.