Odisha Link
Bridging the Missing Links in Odisha

ଅଫ୍‌ଲାଇନ ପରୀକ୍ଷା ଦାବି: ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ବିପିୟୁଟି ଛାତ୍ରଛାତ୍ରୀ

ଭୁବନେଶ୍ୱର: ଫାଇନାଲ୍ ସେମିଷ୍ଟର୍ ପରୀକ୍ଷା ଦାବିରେ ବିପିୟୁଟି ଛାତ୍ରଛାତ୍ରୀ ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରାଉ କରିଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଥିଲେ। ସେତେବେଳେ ବିଭାଗ ତରଫରୁ ବିକଳ୍ପ ବ୍ୟବସ୍ଥା ଭାବେ ଅଫ୍‌ଲାଇନ ପରୀକ୍ଷା କରାଯିବ ବେଲି କୁହାଯାଇଥିଲା। ମାତ୍ର ଏଯାଏଁ ଅଫଲାଇନ୍ ପରୀକ୍ଷା ହୋଇନାହିଁ।

ଶେଷ ସେମିଷ୍ଟର ପରୀକ୍ଷା ହୋଇ ନଥିବାରୁ ଉଚ୍ଚଶିକ୍ଷା ପାଇଁ ଓଜେଇଇରେ ଆବେଦନ କରି ଭଲ ର‍୍ୟାଙ୍କ୍ ପାଇଥିଲେ ସୁଦ୍ଧା ଛାତ୍ରଛାତ୍ରୀମାନେ ଆଡମିଶନରୁ ବାଦ ପଡ଼ିଛନ୍ତି। ତୁରନ୍ତ ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ସହ ଓଜେଇଇ କାଉନସେଲିଂ ତାରିଖକୁ ଘୁଞ୍ଚାଯିବା ନେଇ ଛାତ୍ରଛାତ୍ରୀ ଦାବି କରିଛନ୍ତି। ତେବେ ଆଲୋଚନା ପରେ ସପ୍ତାହକ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ପରୀକ୍ଷା ଅନଲାଇନ୍ କି ଅଫ୍‌ଲାଇନରେ ହେବ, ସେ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ଉପରେ ନିଷ୍ପତ୍ତି ନେବେ। ତେବେ ବର୍ତ୍ତମାନ କିଛି ଚୂଡ଼ାନ୍ତ ହୋଇନାହିଁ। ତେବେ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାକି ଆଗାମୀ ସପ୍ତାହକ ଭିତରେ ସ୍ପଷ୍ଟ ହୋଇଯିବ। ଏହାଛଡ଼ା ଓଜେଇଇ କାଉନସିଲରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦେବା ନେଇ ମଧ୍ୟ ଆଲୋଚନା କରିବୁ।

 

 

 

 

 

Comments are closed.