Odisha Link
Bridging the Missing Links in Odisha

ଆଜି ସ୍ୱାଭିମାନ ଅଞ୍ଚଳ ଲୋକଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ସ୍ୱାଭିମାନ ଅଞ୍ଚଳର ଲୋକଙ୍କ ସହିତ କଥାହେବେ ମୁଖ୍ୟମନ୍ତ୍ରୀ। ପୂର୍ବାହ୍ନ ସାଢେ ୧୧ଟାରେ ସ୍ୱାଭିମାନ ଅଞ୍ଚଳବାସୀଙ୍କ ସହ ଟେଲିଫୋନ୍ ଜରିଆରେ ବାର୍ତ୍ତାଳାପ କରିବେ ମୁଖ୍ୟମନ୍ତ୍ରୀ। ଅଞ୍ଚଳର ବିକାଶ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥି ସହିତ ସ୍ଥାନୀୟ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ ବଣ୍ଟନ କାର୍ଯ୍ୟକ୍ରମର ମଧ୍ଯ ଶୁଭାରମ୍ଭ କରିବେ। ଫଳରେ ପିଲାଏ ଅନଲାଇନରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇପାରିବେ।

୨୦୧୮ ଜୁଲାଇରେ ଗୁରୁପ୍ରିୟା ସେତୁ ଉଦଘାଟନ ପରେ ବାଲିମେଳା ଜଳ ଭଣ୍ଡାର ଆରପଟେ ଥିବା ୯ଟି ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ବେଳେ ସ୍ୱାଭିମାନ ଅଞ୍ଚଳକୁ ଫିଟିଥିଲା ବିକାଶର ରାସ୍ତା। ଏଠାକାର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସରକାର ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତେଣୁ ଏସବୁ ଜନକଲ୍ୟାଣକାରୀ ଯୋଜନାଗୁଡିକ କେତେ ସଫଳ ହୋଇଛି, ସେନେଇ ଲୋକଙ୍କ ସହ ସିଧାସଳଖ କଥା ହୋଇ ସମୀକ୍ଷା କରିବେ ନବୀନ।

ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲି କମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର। ସ୍ୱାଭିମାନ ଅଞ୍ଚଳରେ ୫ଟି ଟେଲିଫୋନ ଟାଓ୍ୱାର ସ୍ଥାପନ କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି।

 

Comments are closed.