Odisha Link
Bridging the Missing Links in Odisha

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ପଣ୍ଡ, ୨ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପଣ୍ଡ। ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତ ୨ ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ପୁଲିସ୍‌ର ସ୍ବତନ୍ତ୍ର ସେଲ୍ ଗତକାଲି ରାତିରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣକୁ ରୋକିବା ବେଳେ‌ ଦୁଇ ଆତଙ୍କୀକୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଜମ୍ମୁ-କଶ୍ମୀରର ସାନୁଲ୍ଲା ମିରଙ୍କ ପୁଅ ଅବଦୁଲ ଲତିଫ ମିର୍‌ ଓ ବସିର ଅହମ୍ମଦଙ୍କ ପୁଅ ମହମ୍ମଦ ଅସରଫ ଖତାନା। ସାନୁଲ୍ଲା ମିର୍‌ଙ୍କୁ ୨୨ ବର୍ଷ ବୟସ ହୋଇଥିବା ବେଳେ ଅସରଫ ଖତାନାଙ୍କୁ ୨୦ ବର୍ଷ ବୟସ। ଦିଲ୍ଲୀର ସରାୟ କାଲେ ଖାଁଠାରୁ ଗିରଫ ହୋଇଥିବା ଏହି ଦୁଇ ସନ୍ଧିଗ୍ଧ ଆତଙ୍କବାଦୀଙ୍କୁ ଏବେ ପୁଲିସ୍ ଅଧିକାରୀମାନେ ପଚରାଉଚରା ଆରମ୍ଭ କରିଛନ୍ତି।

ଦିଲ୍ଲୀ ପୁଲିସ ଅଧିକାରୀଙ୍କ କହିବାନୁସାରେ, ସୋମବାର ରାତି ପ୍ରାୟ ୧୦.୧୫ ସମୟରେ ସରାୟ କାଲେ ଖାଁରେ ଥିବା ମିଲେନିୟମ୍‌ ନିକଟରେ ଜମ୍ମୁ-କଶ୍ମୀରର ଏହି ଦୁଇ ଜଣଙ୍କୁ ୨ ସେମି ସ୍ବୟଂଚାଳିତ ପିସ୍ତଲ ଓ ୧୦ ଲାଇଭ କାର୍ଟ୍ରିଜ ସହିତ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ମାସରେ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କୁ ଗିରଫ କରିବା ସହିତ ଦିଲ୍ଲୀ ପୁଲିସ୍‌ ଅନ୍ୟ ଏକ ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଥିଲା। ଆତଙ୍କବାଦୀକୁ ଗିରଫ କରିବା ସହ ପୁଲିସ୍‌ କୁଆନ ଅଞ୍ଚଳରେ ଆତଙ୍କବାଦୀଙ୍କ ନିକଟରୁ ୧୫ କିଲୋଗ୍ରାମ ଇମ୍ପ୍ରୋଭାଇଜଡ୍ ବିସ୍ଫୋରକ ଉପକରଣ (ଆଇଡି) ଜବତ କରିଥିଲା।

Comments are closed.