Odisha Link
Bridging the Missing Links in Odisha

ଶିଶୁକନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ମାମଲା, ଅଭିଯୁକ୍ତ ଗିରଫ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଖରଖରି ଗ୍ରାମର ୫ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ମୁଖ୍ୟ ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀକୁ ଗିରଫ କରିଛି କଙ୍କଡ଼ାହାଡ଼ ପୁଲିସ। ଅଭିଯୁକ୍ତ ଶଙ୍କର୍ଷଣ ଦେହୁରୀ ହେଉଛି ଯାଜପୁର ଜିଲ୍ଲା କାଳିଆପାଣିର ଗ୍ରାମର ଯୁବକ। ଏନେଇ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ସୁପ୍ରସନ୍ନ ମଲ୍ଲିକ।

ସୂଚନା ମୁତାବକ, ଗତ ୧୨ତାରିଖ ଗୁରୁବାର ଦିନ ଖରଖରି ଗ୍ରାମର ହାଟ ପାଖ ମାରାମ୍ବୁରୁ ନାଳରେ ଗାଁର ବିକ୍ରମ ସୋରେନଙ୍କ ୫ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସକାଳେ ସ୍ଥାନୀୟ ଲୋକମାନେ ତାଙ୍କୁ ମାରାମ୍ବୁରୁ ନାଳରେ ପଡ଼ିଥିବାର ମିଳିଥିଲା।ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା।

ଏନେଇ ଖବର ପାଇ ଘଟଣାସ୍ଥଳରେ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ, କଙ୍କଡ଼ାହାଡ଼ ଥାନା ଅଧିକାରୀ ଆଶିଷ ଜେନା ଓ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ଆରମ୍ଭ କରିଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଥିଲା ପୁଲିସ। ହେଲେ ସେମାନଙ୍କ ଠାରୁ କୌଣସି ସୂଚନା ପାଇପାରିନଥିଲା। ଶେଷରେ ମୁଖ୍ୟ ଅଭିଯୁକ୍ତ କାଳିଆପାଣିର ଶଙ୍କର୍ଷଣ ଦେହୁରୀ (ଧରମ ମାମୁଁ)ଙ୍କୁ କଙ୍କଡ଼ାହାଡ଼ ପୁଲିସ ଗିରଫ କରଛି। ସେ ଦୁଷ୍କର୍ମ ଉଦ୍ୟମ କରି ହତ୍ୟା କରିଥିବା ପୁଲିସ ସୂଚନା ଦେଇଛି ।

Comments are closed.