Odisha Link
Bridging the Missing Links in Odisha

ଅଣାୟତ୍ତ କରୋନା: ବିବାହ ଉତ୍ସବରେ ଏଣିକି ୨୦୦ ନୁହେଁ ମାତ୍ର ୫୦ ଅତିଥିଙ୍କୁ ମିଳିବ ଅନୁମତି

ନୂଆଦିଲ୍ଲୀ: ଦେଶରେ ପୂର୍ବ ଅପେକ୍ଷା ଦିନକୁ ଦିନ କରୋାନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ହେଲେ ଦେଶର ରାଜଧାନୀ ନୂଆଦିଲ୍ଲୀରରେ ଏହି ମହାମାରୀର ପ୍ରକୋପ ଜାରି ରହିଛି। ମହାମାରୀର ତୃତୀୟ ଲହରୀ ଏବେ ଦିଲ୍ଲୀରେ ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ପୁଣିଥରେ ଆତଙ୍କିତ ହେବାର ଦେଖିବାକୁ ମିଳିଛି।

ଗତ ୨୪ ଘଣ୍ଟାରେ ଏଠାରେ ୯୯ଜଣ ପ୍ରାଣ ହରାଇଛନ୍ତି। ନଭେମ୍ବର ମାସ ଆରମ୍ଭରୁ ପ୍ରତି ଘଣ୍ଟାରେ ୪ଜଣ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। କରୋନାର ଏପରି କରାଳ ରୂପକୁ ନଜରରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏବେ ବିବାହ କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଉଥିବା ସୁବିଧାକୁ ସୀମିତ ରଖାଯାଇଛି।

ଅରବିନ୍ଦ କେଜ୍ରିଓ୍ୱାଲ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିବାହ ଉତ୍ସବରେ ଆଉ ଏବେ ୨୦୦ ଅତିଥିଙ୍କୁ ଅନୁମତି ଦିଆଯିବ ନାହିଁ। ପୂର୍ବଭଳି କେବଳ ୫୦ଜଣ ହିଁ ଏକାଠି ହୋଇପାରିବେ। କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ସରକାର ପ୍ରଥମେ ୫୦ ଓ ପରେ ୨୦୦ ଅତିଥି ପାଇଁ ଅନୁମତି ଦେଇଥିଲେ। ଏବେ ଏହି ସୁବିଧାକୁ ପ୍ରତ୍ୟାହାର କରିଛନ୍ତି କେଜ୍ରିଓ୍ବାଲ ସରକାର।

ଏହାସହ ଦିଲ୍ଲୀ ସରକାର କେନ୍ଦ୍ରକୁ ଏକ ନୂଆ ପ୍ରସ୍ତାବ ଦେବେ ନେଇ ବିଚାର କରୁଛନ୍ତି। ବେଶୀ ଜନ ଗହଳିପୂର୍ଣ୍ଣ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାନଗଲେ ଅସ୍ଥାୟୀ ରୂପରେ ବନ୍ଦ କରିବା ପାଇଁ ସରକାର ଅନୁମତି ମାଗିବେ ବୋଲି କେଜ୍ରିଓ୍ବାଲ କହିଛନ୍ତି ।ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟରେ ସରକାରୀ ଓ ଘରୋଇ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍ ଥିବା ସେ କହିଛନ୍ତି କେଜ୍ରିଓ୍ବାଲ।

Comments are closed.