Odisha Link
Bridging the Missing Links in Odisha

ଗୋବିନ୍ଦା ଓ କୃଷ୍ଣାଙ୍କ ସମ୍ପର୍କରେ ଫାଟ

ମୁାମ୍ବାଇ: ବଲିଉଡର ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଭଣଜାଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଯାଇଛି। କୃଷ୍ଣା ଅଭିଷେକଙ୍କୁ କମେଡି ଶୋ’ ‘କମେଡି ନାଇଟ୍ସ ଉଇଥ୍‌ କପିଲ’ରେ ନଜର ଆସିଥାନ୍ତି। କିନ୍ତୁ ରବିବାର ପ୍ରସାରିତ ହୋଇଥିବା ଏପିସୋଡ୍‌ରେ ତାଙ୍କୁ ଦେଖିବାକୁ ମିଳି ନ ଥିଲା। କାରଣ ସେହି ଏପିସୋଡରେ ଅତିଥିରେ ଭାବରେ ଗୋବିନ୍ଦା ଯୋଗ ଦେଇଥିଲେ।

ସୂଚନା ଅନୁସାରେ, କୃଷ୍ଣାଙ୍କୁ ପ୍ରଥମେ ଗୋବିନ୍ଦାଙ୍କ ଭଣଜା ପରିଚୟରେ ପରିଚିତ ହେବାକୁ ପସନ୍ଦ କରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ବଦଳିଛି। ସେମାନଙ୍କ ସମ୍ପର୍କ ଖଟା ହେବା ଦେଖାଯାଇଛି। କୃଷ୍ଣା ଏବଂ ଗୋବିନ୍ଦା ସାମ୍ନାସାମ୍ନି ହେବାକୁ ଇଚ୍ଛୁକ ନୁହନ୍ତି। ଉକ୍ତ ଏପିସୋଡରେ ଗୋବିନ୍ଦା ଆସୁଥିବା ଜାଣି କୃଷ୍ଣା ଆସିବାକୁ ମନା କରିଦେଇଥିଲେ।

କୃଷ୍ଣାଙ୍କ ସ୍ତ୍ରୀ କଶ୍ମୀରା ଶାହାଙ୍କ ଏକ ଟୁଇଟ୍‌କୁ ନେଇ ଭୁଲ ବୁଝାମଣା ସୃଷ୍ଟି ହୋଇଛି। କିଛି ଲୋକ ପଇସା ପାଇଁ ନୃତ୍ୟ କରନ୍ତି ବୋଲି କଶ୍ମୀରା ଏକ ଟୁଇଟ୍‌ କରିଥିଲେ। ଗୋବିନ୍ଦାଙ୍କ ସ୍ତ୍ରୀ ସୁନିତା ଏହାକୁ ଦେହକୁ ନେଇଛନ୍ତି। ଗୋବିନ୍ଦାଙ୍କୁ ଇଙ୍ଗିତ କରି ସେ ଏଭଳି କହିଥିବା ସୁନିତା ଭାବିଛନ୍ତି। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା କୁହାଯାଉଛି।

Comments are closed.