Odisha Link
Bridging the Missing Links in Odisha

ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଭଞ୍ଜନଗର: ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ ବରଣ କରିଛନ୍ତି। ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାଟି ତାରସିଂ ଥାନା ଅଧିନ ସଲପତଇଲା ଗ୍ରାମ ନିକଟରେ ଘଟିଛି। ଏକ କୋଇଲା ବୋଝୋଇ ଟ୍ରକ୍ ଓ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତକ ଜଣକ ହେଲେ ତାରସିଂ ଗ୍ରାମର ଅଶୋକ କୁମାର ଜାନୀ।

ସୂଚନାଅନୁସାରେ, ଅଶୋକ ନିଜ ବାଇକରେ କୋକଳବା ଯାଇ ନିଜ ଘରକୁ ଫେରୁଥିବା ସମୟରେ ସାମ୍ନା ପଟୁ ଆସୁଥିବା ଏକ କୋଇଲା ବୋଝେରଇ ଟ୍ରକ୍(ଟିଏନ୍ ୨୫ ଏକ୍ୟୁ ୨୭୦୪) ସହ ସଲପତଇଲା ଗ୍ରାମ ଠାରେ ଧକ୍କା ହୋଇଥିଲା। ଟ୍ରକଟି ଅଶୋକକୁ ଧକ୍କା ଦେଇ ଦଶପଲ୍ଲା ଆଡକୁ ଚାଲି ଯାଉଥିବା ବେଳେ କୋକଳବା ନିକଟରେ ଲୋକମାନେ ଅଟକାଇ ପୁଲିସ୍ ଜିମା ଦେଇଥିଲେ।

ଗୁରୁତର ଅବସ୍ଥାରେ ଅଶୋକ ସେଠାରେ ପଡି ରହିଥିବା ବେଳେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି ଅଶୋକକୁ ଡାକ୍ତରଖାନା ଆଣିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅଶୋକର ମୃତ୍ୟୁ ଘଟିଥିଲା। ଏହାପରେ ପୁଲିସ୍ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ତାରସିଂ ଥାନାରେ କେସ୍ ନଂ ୨୪୩ ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି।

Comments are closed.