Odisha Link
Bridging the Missing Links in Odisha

ରାଜଧାନୀରୁ ବାଘଛାଲ ଜବତ, ଜଣେ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ବାଘଛାଲ ଜବତ। ଆଜି ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ କ୍ରାଇମବ୍ରାଞ୍ଚ ଏସଟିଏଫ ଚଢାଉ କରି କଲରାପତରିଆ ବାଘ ଛାଲ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ର ନାଁ ପ୍ରଶାନ୍ତ ନାୟକ। ଅଭିଯୁକ୍ତ ଜଣଙ୍କ ବାଇକ ଡ଼ିକି ଭିତରୁ କଲରାପତରିଆ ବାଘଛାଲ ଜବତ ହୋଇଛି।

ବାଘ ଛାଲକୁ ବିକ୍ରି ପାଇଁ ଡିଲ୍ କରୁଥିବା ବେଳେ ଏସଟିଏଫ ଟିମ୍ ଏହାକୁ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତର ଘର ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳରେ ବୋଲି ଜଣାପଡିଛି। ଅଭିଯୁକ୍ତ ଜଣଙ୍କ ରାଜଧାନୀର ଏକ ଘରୋଇ ବିଶ୍ବବଦ୍ୟାଳୟର ଡ୍ରାଇଭର। ଏହି ଘଟଣାର ତଦନ୍ତ ଜାରି ରହିଛି।

Comments are closed.