ଦୋକାନ ଉପରକୁ ମାଡ଼ିଗଲା ଟ୍ରକ: ୨ ମୃତ

କେନ୍ଦୁଝର: ରାସ୍ତାକଡ଼ ଦୋକାନ ଉପରେ ଏକ ଟ୍ରକ ମାଡ଼ିଯାଇଛି। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତୁ୍ୟ ହୋଇଛି। ମୃତକଙ୍କ ମଧ୍ୟରେ ଦୋକାନୀ ଓ ଟ୍ରକ ହେଲପର ଅଛନ୍ତି। କେନ୍ଦୁଝର ସଦର ଥାନା ଶୁଆକାଠି ଛକରେ ଏହି ଦୁର୍ଘଟଣା ଘଟିଛି।
ଏନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।