Odisha Link
Bridging the Missing Links in Odisha

ଗ୍ରହ ଶାନ୍ତି ନାଁରେ ଆସି ପୂଜାରୀଙ୍କ ଦୁଷ୍କର୍ମ

କାଲିମେଳା: ଗ୍ରହ ଶାନ୍ତି ପୂଜା ଆଳରେ ଦୁଷ୍କର୍ମ। ଗ୍ରହ ଶାନ୍ତି ପୂଜା ନାଁରେ ଆସି ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀଙ୍କୁ ପୂଜାରୀଙ୍କ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମାଲକାନାଗିରି ଜିଲ୍ଲା ପଡ଼ିଆ ଥାନା ମାଟେରୁ ପଞ୍ଚାୟତ ଟେକାଲଗୁଡା ଗାଁରେ ଏଭଳି ଘଟଣାରେ ସାମ୍ନାକୁ ଆସିଛି। ପୂଜକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ଦେବାନନ୍ଦ ମାଡ଼କାମୀଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗି ରହୁଥିଲା। ଏହାର ସମାଧାନ ପାଇଁ ସମ୍ପୃକ୍ତ ପରିବାର ମୁରବୀ ଏମ୍‌ଭି-୬୬ ଗାଁର ପୂଜକ ଅପୂର୍ବ ପାଲଙ୍କ ପାଖକୁ ଯାଇଥିଲେ। ଗ୍ରହଶାନ୍ତି ପାଇଁ ପୂଜାର୍ଚ୍ଚନା କଲେ ପରିବାରିକ ସମସ୍ୟା ଦୂର ହୋଇଯିବ ବୋଲି ପୂଜକ କହିଥିଲେ।

ସୂଚନା ଅନୁସାରେ, ପରିବାର ଲୋକେ ଗତ ଗୁରୁବାର ବିଳମ୍ୱିତ ରାତିରେ ପୂଜା ଆୟୋଜନ କରିଥିଲେ। ଗୋଟିଏ ଘର ହେଉଥିବା ପୂଜାରେ ଦମ୍ପତି ବସିଥିଲେ। ହେଲେ ପରିବାରର ଅନ୍ୟମାନେ ସବୁ ଶୋଇ ପଡିଲେ। ପରେ ପୂଜକ ପୂଜା ସାମଗ୍ରୀ ଫିଙ୍ଗିବା ପାଇଁ ମହିଳାଙ୍କ ସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ। ପୂଜକଙ୍କ କଥାରେ ମହିଳାଙ୍କ ସ୍ୱାମୀ ପୂଜା ସାମଗ୍ରୀ ଫିଙ୍ଗିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସ୍ତ୍ରୀଙ୍କୁ ପୂଜକ ଦୁଷ୍କର୍ମ କରିଥିଲେ। ଏହି କଥା କାହାକୁ କହିଲେ ଜୀବନରୁ ମାରି ଦେବା ପାଇଁ ଧମକ ଦେଇଥିଲେ।

Comments are closed.