Odisha Link
Bridging the Missing Links in Odisha

ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର-ଓଡିଶା ଉପକୂଳରେ ଗୁରୁଚାପ ବଳୟ ପ୍ରଭାବ ରହିବ। ଏ ନେଇ ୧୨ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ପାଣିପାଗ ବିଭାଗ। ଆସନ୍ତା ନଭେମ୍ବର ୧୯ ଏବଂ ୨୦ ତାରିଖ ସକାଳ ସମୟରେ ସମ୍ଭାବ୍ୟ ଘନ କୁହୁଡି ପାଇଁ ୧୨ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି।

ଏହି ୧୨ଟି ଜିଲ୍ଲା ଗୁଡ଼ିକହେଲା, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ସୁନ୍ଦରଗଡ, ଢ଼େଙ୍କାନାଳ, ଅନୁଗୁଳ, କନ୍ଧମାଳ ଏବଂ ମୟୂରଭଞ୍ଜ। ଏହି ସବୁ ଜିଲ୍ଲାର ଗୋଟେ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ରହିବ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.