Odisha Link
Bridging the Missing Links in Odisha

ଶପଥ ନେଲେ ସ୍ବରୂପ ଓ ବିଜୟ ଶଙ୍କର

ଭୁବନେଶ୍ବର: ଶପଥ ନେଲେ ଦୁଇ ନବ ନିର୍ବାଚିତ ବିଧାୟକ। ବାଲେଶ୍ୱରରୁ ସ୍ୱରୂପ ଦାସ ଏବଂ ତିର୍ତ୍ତୋଲରୁ ବିଜୟ ଶଙ୍କର ଦାସ ଶପଥ ଗ୍ରହଣ କରିଛନ୍ତି। ନବନିର୍ବାଚିତ ହୋଇଥିବା ଦୁଇ ବିଧାୟକଙ୍କୁ ଆଜି ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଥିଲା। ପୂର୍ବ ନିର୍ଧାରିତ ସମୟରେ ହିଁ ଶପଥପାଠ କରାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ଶପଥପାଠ ପରେ ବାଚସ୍ପତିଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ଦୁଇ ନବନିର୍ବାଚିତ ବିଧାୟକ।

ଶପଥପାଠ ସମୟରେ ଯାହା ପ୍ରମାଣପତ୍ର ଦେବାକଥା ସେସବୁକୁ ବାଚସ୍ପତିଙ୍କୁ ଦେଇଛନ୍ତି ଦୁଇ ବିଧାୟକ। ତେବେ ଆଗକୁ ବିଧାନସଭାର ଶୀତକାଳୀନ ଅଧିବେଶନ ରହିଛି ସେଥିପାଇଁ ଶପଥ ନେଲା ପରେ ଦୁଇ ବିଧାୟକ ଅଧିବେଶନକୁ ଯାଇପାରିବେ। ଦୁଇ ବିଧାୟକ ପ୍ରଥମଥର ପାଇଁ ଆସୁଥିବା ଅଧିବେଶନର ମାହୋଲକୁ ଅନୁଭବ କରିବେ।

Comments are closed.