Odisha Link
Bridging the Missing Links in Odisha

ଗୁଜରାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୧ ମୃତ, ୧୭ ଆହତ

ଭଦୋଦରା: ଗୁଜରାଟର ଭଦୋଦରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ଦୁଇ ଟ୍ରକ୍ ମୁହାଁମୁହିଁ ହୋଇଛନ୍ତି। ଦୁର୍ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି।

ପ୍ରକାଶ ଯେ, ଆଜି ଭୋର ସମୟରେ ଗୋଟିଏ ଟ୍ରକରେ ବହୁ ସଂଖ୍ୟାରେ ଯାତ୍ରୀ ଯାଉଥିଲେ। ୱାଘୋଡିଆ କ୍ରସିଂ ହାଇୱେ ନିକଟରେ ବିପରୀତ ଦିଗରୁ ଆସୁଥିବା ଆଉ ଗୋଟିଏ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ୧୧ଜଣଙ୍କର ମୃତ୍ୟୁ ହେବା ସହିତ ୧୫ରୁ ଅଧିକ ଲୋକ ଆହତ ହୋଇଥିଲେ।

ଦୁର୍ଘଟଣାପରେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଥିଲା। ଦୁର୍ଘଟଣାରେ ଗୁଜୁରାଟ୍ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଶୋକ ପ୍ରକାଶ କରିବା ସହିତ ଆହାତଙ୍କ ଆରୋଗ୍ୟ କାମନା କରିଛନ୍ତି।

Comments are closed.