Odisha Link
Bridging the Missing Links in Odisha

ଉତ୍କଳ ବିଶ୍ବବିଦ୍ୟାଳୟରେ ମନୋଜ ଦାସ ପଠନ ଗୃହ ଉଦ୍‌ଘାଟିତ

ଭୁବନେଶ୍ବର: ରାଜ୍ୟର ସର୍ବ ପୂରାତନ ବିଶ୍ବବିଦ୍ୟାଳୟ ଉତ୍କଳ ୟୁନିଭର୍ସିଟି ପରିସରରେ ଏକ ନୂତନ ପଠନ ଗୃହ ଉନ୍ମୋଚିତ ହୋଇଛି। ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖକ ମନୋଜ ଦାସଙ୍କ ନାମରେ ଏହି ପଠନ ଗୃହଟିକୁ ନାମକରଣ କରାଯାଇଛି।

ବିଶ୍ବବିଦ୍ୟାଳୟ ପରିସରରେ ଥିବା ପରିଜା ପାଠାଗାରରେ ଏହି ନୂତନ ପଠନାଗାର ନିର୍ମାଣ କରାଯାଇଛି। ଗତକାଲି (୧୭ ନଭେମ୍ବର) ବିଶ୍ବବିଦ୍ୟାଳୟର କୁଳପତି ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏହି ପଠନ ଗୃହ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ବସନ୍ତ କୁମାର ମଲ୍ଲିକ ଓ ରେଜିଷ୍ଟ୍ରାର ଅଭୟ କୁମାର ନାୟକ ଉପସ୍ଥିତ ଥିଲେ।

Comments are closed.