ରାଜଧାନୀରେ ବଢ଼ିଲା ବିଜ୍ଞାପନ ଲାଇସେନ୍ସ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଜ୍ଞାପନ ଲାଇସେନ୍ସ ଦର ବୃଦ୍ଧି କରାଯାଇଛି। ରାଜସ୍ୱ ବୃଦ୍ଧି ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି। ଧାର୍ଯ୍ୟ ଦର ମୁତାବକ, ୪୦୦ ଫୁଟର ହୋଡିଙ୍ଗ ପାଇଁ ବର୍ଗଫୁଟ ପିଛା ୩୩୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ, ୪୦୦ ଫୁଟରୁ ଅଧିକ ବର୍ଗଫୁଟ ପିଛା ୪୨୦ ଟଙ୍କା ଧାର୍ଯ୍ୟ କରାଯାଇଛି।
କାନ୍ଥରେ ଚିତ୍ର ଆଙ୍କି ବିଜ୍ଞାପନ କଲେ ବର୍ଗଫୁଟ ପାଇଁ ବାର୍ଷିକ ୪୦୦ ଟଙ୍କା କରାଯାଇଥିବା ବେଳେ ୫ ଫୁଟରେ ୫ ଫୁଟ ଅସ୍ଥାୟୀ କିଓସ୍କ ବିଜ୍ଞାପନ କଲେ ମାସକୁ ୨ ହଜାର ଟଙ୍କା ଦେବାକୁ ପଡ଼ିବ। ଏଥିସହ ଗାଡ଼ିରେ ବୋଡର଼୍ ବା ପେଟିଂ ଲଗାଇ ବୁଲିଲେ ପ୍ରତି ବର୍ଗଫୁଟ ପିଛା ୯୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଦୋକାନ ଉପରେ ଗ୍ଲୋ ସାଇନବୋଡର଼୍ ଲଗାଇଲେ ବର୍ଗଫୁଟକୁ ବାର୍ଷିକ ୨୫୦ ଟଙ୍କା କରାଯାଇଥିବା ବେଳେ ଲିଫଲେଟ ବା ହାଣ୍ଡବିଲ ପାଇଁ ମାସକୁ ୧ ହଜାର ଟଙ୍କା ଏବଂ ଛତାରେ ବିଜ୍ଞାପନ ଲଗାଇ ପ୍ରଦର୍ଶନ କଲେ ମାସକୁ ୫୦୦ ଟଙ୍କା ଦେବାକୁ ପଡ଼ିବ।
ଅଡ଼ିଓ ସିଷ୍ଟମ ମାଧ୍ୟମରେ ବିଜ୍ଞାପନ କଲେ ୪ଟି ସ୍ପିକର ଥିବା ୟୂନିଟ ପାଇଁ ୩୫୦ ଟଙ୍କା ଦେବାକୁ ହେବ। ସର୍ବସାଧାରଣ ସ୍ଥାନରେ ଭିଡ଼ିଓ ପ୍ରଦର୍ଶନ ପାଇଁ ଟିଭି ସ୍କି୍ରନ ପାଇଁ ମାସକୁ ୫ ହଜାର ଟଙ୍କା ଦେବାକୁ ପଡ଼ିବ। ସିନେମା ବା କେବୁଲ ଟିଭିରେ ବିଜ୍ଞାପନ ଦେଉଥିବା ସଂସ୍ଥା ପ୍ରଦର୍ଶନ କରୁଥିବା ବିଜ୍ଞାପନର ପ୍ରତି ଅଂଶ ପାଇଁ ମାସକୁ ୧୦୦ ଟଙ୍କା ଦେବାକୁ ହେବ।
Comments are closed.