Odisha Link
Bridging the Missing Links in Odisha

ଏନ୍ଏଚ୍ଆରସି ଗାଇଡଲାଇନ ଅନୁଯାୟୀ ତଦନ୍ତ ହେବ: ଡିଜିପି

ଭୁବନେଶ୍ୱର: ପୁରୀ ଓ ବୀରମିତ୍ରପୁରରେ ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଘଟଣାକୁ ନେଇ ପୁଲିସ ଡିଜି ଅଭୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ଡିଜିପି କହିଛନ୍ତି ଯେ, ଏଭଳି ମୃତ୍ୟୁ ହେଲେ ତଦନ୍ତ ନେଇ ଏନ୍ଏଚ୍ଆରସିଙ୍କ ଗାଇଡଲାଇନ ଅଛି। ଏକ ଡାକ୍ତରୀ ଦଳ ପୋଷ୍ଟମର୍ଟମ କରୁଛନ୍ତି। ଏହାର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ଏନଏଚଆରସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ଡିଜିପି କହିଛନ୍ତି।

ସୂଚନାଯୋଗ୍ୟ, ସ୍ଥାନୀୟ ବୀରମିତ୍ରପୁର ଥାନାରେ ଜଣକର ହାଜରେ ମୃତ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୁଲିସ ମାଡ଼ରେ ମୃତ୍ୟ ହୋଇଥିବା ନେଇ ଅଭିଯୋଗ ହୋଇଛି। ତେବେ ହାଜତ ମୃତ୍ୟ ଅଭିଯୋଗକୁ ସୁନ୍ଦରଗଡ଼ ଏସପି ଖଣ୍ଡନ କରିଛନ୍ତି। ଏସପି କହିଛନ୍ତି, ଅଭିଯୁକ୍ତଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ଆରଜିଏଚ ନିଆଯାଇଥିଲା। ଆରଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟ ଘଟିଛି। ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି।

ପୁରୀରେ ମଧ୍ୟ ହାଜତ ମୃତ୍ୟ ଘଟଣା ଘଟିଛି। ପୁଲିସ ସହ ଧସ୍ତାଧସ୍ତି ଯୋଗୁଁ ଅଭିଯୁକ୍ତର ମୃତ୍ୟ ହୋଇଥିବା ନେଇ ଏସପି ଅଖିଳେଶ୍ୱର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରିଛନ୍ତି। ଏସପିଙ୍କ କହିବା ଅନୁଯାୟୀ, କେ.ରମେଶ (୩୧) ନାମକ ଜଣେ ବ୍ୟକ୍ତି ମାରଣାସ୍ତ୍ର ବୁଲୁଥିବା ଖବର ମିଳିଥିଲ। ତାଙ୍କୁ ଧରିବା ବେଳେ ପୁଲିସ ସହ ତାଙ୍କର ଧସ୍ତାଧସ୍ତି ହୋଇଥିଲ। ଏଥିରେ କେ.ରମେଶ ଆହତ ହୋଇଥିଲେ। ସେଠାରୁ ତାଙ୍କୁ ତୁରନ୍ତ ହସ୍ପିଟାଲ ଅଣାଯାଇଥିଲା। ତେବେ ହସ୍ପିଟାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ବାସେଳୀସାହି ଥାନାରେ ଏନେଇ ମାମଲ ରୁଜୁ କରାଯାଇଛି। ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ ହେବ। ହାଜତ ମୃତୁ୍ୟ ପାଇଁ ଯେଉଁ ଗାଇଡଲାଇନ ଅଛି ତା’ ଅନୁସାରେ ତଦନ୍ତ ହେବ। ଏନଏଚଆରସି ଗାଇଡଲାଇନ ଅନୁସାରେ ଘଟଣାର ତଦନ୍ତ କରାଯିବ ବୋଲି ପୁରୀ ଏସପି କହିଛନ୍ତି।

Comments are closed.