Odisha Link
Bridging the Missing Links in Odisha

ଲୁଟ୍‌ ମାମଲାରେ ୧୦ ଲକ୍ଷ ଜବତ, ୯ ଗିରଫ

କୁଚିଣ୍ଡା: ବ୍ୟାଙ୍କ ଗାଡ଼ିରୁ ୩୫ ଲକ୍ଷ ୪୧ ହଜାର ଟଙ୍କା ଲୁଟ ଘଟଣାରେ କୁଚିଣ୍ଡା ପୁଲିସ ଜଣେ ନାବାଳକ ସମେତ ୯ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ପୁଲିସ ୧୦ ଲକ୍ଷ ୯ ହଜାର ଟଙ୍କା ସହ ସୁନା ଗହଣା ଜବତ କରିଛି। ଏଥିସହ ଅଭିଯୁକ୍ତମାନଙ୍କ ଠାରୁ କଟୁରୀ, ଛୁରା, ୭ଟି ବାଇକ, ୮ଟି ମୋବାଇଲ ଓ ଗୋଟିଏ କାର ଜବତ କରାଯାଇଛି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି।

ଏସପିଙ୍କ ସୂଚନା ମୁତାବକ, ଏହି ଡକାୟତି ଘଟଣାରେ ମୋଟ ୧୧ ଜଣ ସମ୍ପୃକ୍ତ ଥିବାବେଳେ ୯ ଜଣ ଗିରଫ ହୋଇଛନ୍ତି। ଗତ ୯ ତାରିଖରେ ଲଇମୁରା ୟୁନିୟନ ବ୍ୟାଙ୍କକୁ ଗାଡ଼ି ଟଙ୍କା ନେଇ ଯାଉଥିବା ବେଳେ ରାସ୍ତାରେ ମାରଣାସ୍ତ୍ର ଦେଖାଇ କିଛି ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ।

Comments are closed.