Odisha Link
Bridging the Missing Links in Odisha

ସୁନ୍ଦରଗଡ଼ ହାଜତ ମୃତ୍ୟୁ ଅଭିଯୋଗକୁ ଖଣ୍ଡନ କଲେ ଏସ୍‌ପି

ସୁନ୍ଦରଗଡ଼: ସ୍ଥାନୀୟ ବୀରମିତ୍ରପୁର ଥାନାରେ ଜଣକର ହାଜତରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ଆସିଛି। ଯାହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଶତାଧିକ ଲୋକ ଥାନା ଘେରାଉ କରିଛନ୍ତି। ପୁଲିସ ମାଡ଼ରେ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି।

ତେବେ ହାଜତ ମୃତୁ୍ୟ ଅଭିଯୋଗକୁ ସୁନ୍ଦରଗଡ଼ ଏସପି ଖଣ୍ଡନ କରିଛନ୍ତି। ଏସପି କହିଛନ୍ତି, ଅଭିଯୁକ୍ତଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ଆରଜିଏଚ ନିଆଯାଇଥିଲା। ଆରଜିଏଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଏସପି କହିଛନ୍ତି। ଅନ୍ୟପକ୍ଷରେ ପଶ୍ଚିମାଞ୍ଚଳ ଡିଆଇଜି ଓ ସୁନ୍ଦରଗଡ଼ ଏସପି ଥାନାରେ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଥିବା ଜଣାଯାଇଛି।

Comments are closed.