Odisha Link
Bridging the Missing Links in Odisha

ରିଲିଜ୍ ହେବ ପ୍ରଭାସଙ୍କ ହାଇ ବଜେଟ୍ ସିନେମା

ମୁମ୍ବାଇ: ଖୁବ ଶୀଘ୍ର ପ୍ରଭାସଙ୍କ ସିନେମା ରିଲଜ ହେବାକୁ ଯାଉଛି। ଏହା ପ୍ରଭାସ ନିଜ ସୋଶାଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି କହିଛନ୍ତି। ସେ ଲେଖିଛନ୍ତି,ତାଙ୍କ ଆଗାମୀ ସିନେମା ‘ଆଦିପୁରୁଷ’ ୨୦୨୨ ମସିହା ଅଗଷ୍ଟ ୧୧ରେ ବଡ଼ପରଦାରେ ରିଲିଜ୍ ହେବ। ସିନେମା ‘ଆଦିପୁରୁଷ’ ଏକ ମେଗା ବଜେଟ୍ ହେବ।

ପ୍ରଭାସଙ୍କ ସିନେମା କାହାଣୀଟି ପୌରାଣିକ ଗ୍ରନ୍ଥ ରାମାୟଣ ଉପରେ ଆଧାରିତ। ଏଥିରେ ପ୍ରଭାସ ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ଅଭିନୟ କରୁଥିବାବେଳେ ରାବଣର ଭୂମିକାରେ ଅଭିନୟ କରୁଛନ୍ତି ଛୋଟେ ନୱାବ୍ ଶୈଫ୍ ଅଲ୍ଲୀ ଖାନ୍।

ଏହି ସିନେମା ଜରିଆରେ ପ୍ରଥମ ଥର ପାଇଁ ଶୈଫ୍ ଓ ପ୍ରଭାସ ଏକାଠି ସ୍କ୍ରିନ୍‌ରେ ନଜର ଆସିବେ। ତେବେ ସିନେମାର ହିରୋଇନ କିଏ ହେବ ତାହା ଏବେ ଜଣା ପଡ଼ିନାହିଁ।

ତେବେ ସୀତା ଭୂମିକାରେ ଅଭିନୟ କରିବା ପାଇଁ ଅନେକ ଅଭିନେତ୍ରୀଙ୍କ ନାଁ ଶୁଣିବାକୁ ମିଳୁଛି। ସିନେମାଟିକୁ ଓମ୍ ରାଉତ ନିର୍ଦ୍ଦେଶନା ଦେଉଥିବାବେଳେ ଟି-ସିରିଜର ଭୂଷଣ କୁମାର ସିନେମାର ପ୍ରଜୋଜନା କରୁଛନ୍ତି।

ସିନେମାର ବଜେଟ୍ ୩୫୦ କୋଟିରୁ ୪୦୦ କୋଟି ମଧ୍ୟରେ ରହିବ। ‘ଆଦିପୁରୁଷ’ ହିନ୍ଦୀ ସମେତ ଅନ୍ୟ ୫ଟି ଭାଷାରେ ରିଲିଜ କରାଯିବ। ଯେପରିକି ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍ ଭାଷାରେ ରିଲିଜ୍‌ ହେବ।

Comments are closed.