Odisha Link
Bridging the Missing Links in Odisha

କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ ଉପହାର

ନୂଆଦିଲ୍ଲୀ: କୋଭିଡ୍‌ ଯୋଦ୍ଧାଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଉପହାର। ଦେଶରେ କୋଭିଡ୍ ଯୋଦ୍ଧା ଭାବେ ଆଗଧାଡିରେ ଲଢୁଥିବା ବ୍ୟକ୍ତିଙ୍କ ପିଲାଙ୍କ ପାଇଁ ଏମବିବିଏସ ରେ ୫ ଟି ସିଟ୍ ସଂରକ୍ଷିତ ରଖାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଘୋଷଣା କରିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ମୁତାବକ, ବେଚଲର ଅଫ୍ ମେଡିସିନ୍ ଓ ବେଚଲର ଅଫ୍ ସର୍ଜରୀ ରେ କରୋନା ଯୋଦ୍ଧା ପିଲାଙ୍କ ପାଇଁ ୫ ଟି ସିଟ୍ ସଂରକ୍ଷିତ ରଖାଯିବ। ଆଶା କର୍ମୀ, ନର୍ସ, ଡାକ୍ତର (ଯେଉଁମାନେ କରୋନା କାଳରେ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ) ମାନଙ୍କ ପିଲାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ଯାହାକି କେନ୍ଦ୍ରୀୟ କୋଟାରୁ ସଂରକ୍ଷିତ କରାଯାଇଛି। ମେରିଟ୍ ଆଧାରରେ ସେମାନଙ୍କ ନାମାଙ୍କନ କରାଯିବ।

ସ୍ୱାସ୍ଥ୍ୟମନ୍ତ୍ରଣାଳୟର କେନ୍ଦ୍ରୀୟ ପୋଲ୍ ଏମବିବିଏସ୍/ ବିଡିଏସ୍ ସିଟ୍ ପାଇଁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଏହି ନିୟମ ଲାଗୁ କରାଯିବ। ସ୍ୱାସ୍ଥ୍ୟମନ୍ତ୍ରୀ ଏହା ଘୋଷଣା କରିବା ବେଳେ କହିଛନ୍ତି କି ସବୁ କୋଭିଡ୍ ଯୋଦ୍ଧାଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ରହିଛି। ସେମାନେ ଯେଭଳି ନିସ୍ୱାର୍ଥପର ଭାବେ କାର୍ଯ୍ୟ କରୁଛନ୍ତି ତାହା ପ୍ରସଂଶନୀୟ।

Comments are closed.