Odisha Link
Bridging the Missing Links in Odisha

ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର : ଏକ ଇଟା ଭାଟି ତଳୁ ଜଣେ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କୁ କେହି ମାରି ଇଟା ଭାଟି ତଳେ ପକେଇ ଦେଇଥିବା ଅଭିଯୋଗ କରାଯାଛି ଏହି ହତ୍ୟାକାଣ୍ଡଟି କେନ୍ଦୁଝର ଜିଲ୍ଲା ବାରିଆ ଥାନା ଚନ୍ଦ୍ରଶେଖରପୁର ବସା ସାହିରେ ଘଟିଛି।

ମୃତା ମହିଳାଜଣକ ହେଲେ ସେହି ଗ୍ରାମର ପ୍ରମିଳା ମୁଣ୍ଡା। ପୁଲିସ ଏ ବିଷୟରେ ଖବର ପାଇ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିବା ବେଳେ ତା ନିକଟରୁ ଟାଙ୍ଗିଆ ଜବତ କରିଛି। ସାଇଣ୍ଟିଫିକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଅନୁସାରେ, ପ୍ରାଥମିକ ତଦନ୍ତରୁ ଘଟଣାଟି ବୁଧବାର ରାତିରେ ହୋଇଥିବା ଜଣାପଡ଼ିଛି । ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ଚମ୍ପୁଆ ମେଡିକାଲ ପଠାଯାଇଛି। ଏପରି ବିଭତ୍ସ ହତ୍ୟାକାଣ୍ଡ ପଛର କାରଣ ଜାଣିବାକୁ ପୁଲିସ୍‌ ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ।

ତେବେ ମହିଳାଜଣକ ଗତ ବୁଧବାରଠାରୁ ନିଖୋଜ ଥିବା ବେଳ ତାଙ୍କ ପରିବାର ଲୋକ କିପରି ଏ ସମ୍ପର୍କରେ ଥାନାରେ କୌଣସି ଅଭିଯୋଗ କରି ନ ଥିଲେ ତାକୁ ନେଇ ସନ୍ଦେହ ଉପୁଜିଛି।

Comments are closed.